ଘରୁ ଦୁଷ୍ଟ ଶକ୍ତି ଦୂରକରିବାକୁ ଯାଇ ଫସିଗଲେ ମହିଳା, ୩୯.୬ ଲକ୍ଷ ଟଙ୍କା ଠକିନେଲେ ଭଣ୍ଡ ଉଲେମା

Published By : Prameya-News7 Bureau | January 21, 2021 IST

ପୁଣେ ୨୧/୦୧ : ଘରୁ ଦୁଷ୍ଟ ଶକ୍ତିକୁ ବାହାରକରିବା ପାଇଁ ପୁଣେ ନାଗପଡା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରାୟ ୩୯.୬ ଲକ୍ଷ ଟଙ୍କା ହରାଇବାକୁ ପଡିଛି । କିଛି ଭଣ୍ଡ ଉଲେମା (ମୁସଲିମ୍ ବିଦ୍ବାନ) ଉକ୍ତ ମହିଳାଙ୍କୁ ପ୍ରଲୋଭିତ କରି କହିଥିଲେ ଯେ, ସେମାନଙ୍କ ପାଖରେ ଏକ ଅଲୌକିକ ଶକ୍ତି ଅଛି ଯାହା ଦ୍ବାରା ଘରେ ଦୁଷ୍ଟ ଆତ୍ମା ଦୂରେଇବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଏହାର ବଶବର୍ତ୍ତି ହୋଇ ମହିଳାଜଣଙ୍କ ସେମାନଙ୍କୁ ୩୯.୬ ଲକ୍ଷ ଟଙ୍କା ଦେଇଥିଲେ ।

ସୂଚନା ଅନୁଯାୟୀ ଉକ୍ତ ମହିଳାଜଣକ ହେଉଛନ୍ତି ଆସମା ଆବାସ୍‌ । ହାନିଫ୍‌ ସେଖ୍ ଏବଂ ଇମ୍ରାନ୍‌ ସାହିଦ ନାମକ ଦୁଇଜଣ ବ୍ୟକ୍ତିଙ୍କ ସହ ତାଙ୍କର ୨୦୧୯ ଜୁନ ମାସରେ ଚିହ୍ନା ହୋଇଥିଲା । ସେ ତାଙ୍କ ଝିଅର ବୈବାହିକ ଜୀବନରେ ଲାଗି ରହିଥିବା ବିବାଦକୁ ସମାଧାନ କରିବା ପାଇଁ ଉକ୍ତ ଭଣ୍ଡମାନଙ୍କ ପାଖରେ ପହଞ୍ଚିଥିଲେ ।

ଏହାର ଫାଇଦା ନେଇ ଭଣ୍ଡ ବିଦ୍ବାନଜଣକ ତାଙ୍କୁ କହିଥିଲା ଯେ, ତାଙ୍କ ଘରେ ଏକ ପ୍ରେତାତ୍ମା ରହୁଛି । ତାହାକୁ ବାହାରକରିବା ପାଇଁ ସେ ଆସମା ଆବାସ୍‌ଙ୍କ ଠାରୁ ଟଙ୍କା ଦାବି କରିଥିଲା । ଆସମା ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ଭୟଭୀତ କରାଇଥିଲା । ସମାଧାନ ନକରିଲେ ଘରେ ରହୁଥିବା ପ୍ରେତାତ୍ମା ଅଶାନ୍ତ ହୋଇଯିବ ଏବଂ ପରିବାରର ଅନେକ କ୍ଷତି ଘଟାଇବ ।

ଏଥି ଭୟଭୀତ ହୋଇ ମହିଳାଜଣକ ମହିଳାଜଣକ ଘରର ସୂନା ରୂପା ବିକ୍ରି କରି ସେଖ୍‌କୁ ଟଙ୍କାଦେବାକୁ ମନସ୍ତ କରିଥିଲେ । ସେପ୍ଟେମ୍ବର ମାସରେ ପୁଣି ଉକ୍ତ ମହିଳାଙ୍କୁ ଠକିବା ପାଇଁ ପ୍ଲାନ୍‌ କରିଥିଲା ଭଣ୍ଡ ବିଦ୍ବାନ ହାନିଫ୍‌ ସେଖ୍ । ତାଙ୍କୁ ଠକିବା ପାଇଁ ଆଉ ଏକ ଯୋଜନା କରିଥିଲେ । ଘରେ ଟଙ୍କାର ବର୍ଷା କରିଦେବା କଥା କହି ଆବାସକୁ ପ୍ରଲୋଭିତ କରିଥିଲା । ଏଥିରେ ମଧ୍ୟ ଉକ୍ତ ମହିଳା ଫସିଯାଇଥିଲେ । ସତକୁ ସତ ଉକ୍ତ ବ୍ୟକ୍ତିଜଣକ ମହିଳାଙ୍କ ଏକ ଘରେ ଟଙ୍କା ବର୍ଷା କରାଇଥିଲେ ଯାହାକି ନକଲି ନୋଟ୍‌ ଥିଲା ।

ଜାନୁୟାରୀ ମାସ ଯାଏଁ  ଉକ୍ତ ମହିଳାଙ୍କ ଠାରୁ ବିଭିନ୍ନ ଉପାୟରେ ପ୍ରାୟ ୩୯.୬ ଲକ୍ଷ ଟଙ୍କା ଠକି ନେଇଥିଲେ । ପୁଣି ଥରେ ୧୦ ଲକ୍ଷ ଟଙ୍କା ଦେବାକୁ କହିବାରୁ ମହିଳାଜଣକ ତାଙ୍କ ସମ୍ପର୍କୀୟମାନଙ୍କୁ ଟଙ୍କା ମାଗିବା ଆରମ୍ଭ କରିଦେଇଥିଲେ । ଏହା ପରେ ସେମାନେ ପୋଲିସକୁ ଏ ବାବଦରେ ଜଣାଇଥିଲେ । ପୋଲିସ ଆଇପିସିର ଧାରା ଏବଂ କଳାଯାଦୁ ଧାରା ୨୦୧୩ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.