ନକଲି ଆଇ.ଆର୍.ଆସ୍ ଅଫିସର୍ ଗିରଫ

Published By : Prameya-News7 Bureau | September 27, 2018 IST

ବାରିପଦା ୨୬/୯: ନକଲି ଆଇ.ଆର୍.ଆସ୍ ଅଫିସର୍ କହି ଠକି ଥିବା ଅଭିଯୋଗରେ ଗିରଫ । ଚର୍ଚ୍ଚିତ ଚେହେରା ରଜତ କୁମାର ପଣ୍ଡାଙ୍କୁ ବାରିପଦା ଟାଉନ୍ ଥାନା ପୋଲିସ୍ ପୁଣି ଗିରଫ କରି କୋର୍ଟ ଚାଲାଣ କରିଛି । ଫେସବୁକରେ ନକଲି ଆଇ.ଆର୍.ଏସ୍ ଅଫିସର୍ ସତ୍ୟଜିତ୍ ପଣ୍ଡା ବୋଲି ନିଜକୁ ପରିଚୟ ଦେଇ ରଜତ କୁମାର ପଣ୍ଡା ପାୟଲ୍ ରାୟ ନାମ୍ନୀ ଜଣେ ମହିଳାଙ୍କୁ ଏନଜିଓ କରାଇଦେବା କହି ୩୦ ହଜାର ଟଙ୍କା ମାଗିଥିବା ବେଳେ ୩ ହଜାର ଟଙ୍କା ନେଇଥିବା ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ସେହିଭଳି ଆଉ ଜଣେ ବ୍ୟକ୍ତିଙ୍କୁ ମଦ ଦୋକାନ କରାଇ ଦେବା କହି ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏହି ଦୁଇ ମାମଲାରେ ରଜତଙ୍କୁ ପୁଣି ଗିରଫ କରିଛି ବାରିପଦା ପୋଲିସ୍ ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.