ଭଦ୍ରକ ଜିଲ୍ଲାପାଳଙ୍କ ନାମରେ ଫେକ ଆଇଡି ଖୋଲି ଟଙ୍କା ମାଗୁଛନ୍ତି ଅଜଣା ଦୁର୍ବୁର୍ତ୍ତ

Published By : Prameya-News7 Bureau | May 27, 2021 IST

ଭଦ୍ରକ, ୨୭/୦୫: ଫେସବୁକରେ ନକଲି ଆଇଡି, କିନ୍ତୁ ଫଟୋ ଅସଲି । ପୁଣି ଫେକ ଆଇଡି ଜିଲ୍ଲାପାଳଙ୍କ ନାମରେ । ଲୋକଙ୍କୁ ବନ୍ଧୁ ହେବା ପାଇଁ ଫ୍ରେଣ୍ଡସ ରିକୁୱେଷ୍ଟ ପଠାଉଛି ତ ପୁଣି ଆବଶ୍ୟକ ଅଛି କହି ଟଙ୍କା ମାଗୁଛି । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ସେ ପୁଣି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନାଁ ରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳ ଅଛନ୍ତି ଡକ୍ଟର ଜ୍ଞାନ ଦାସ । କିନ୍ତୁ ଜିଲ୍ଲାପାଳଙ୍କ ଫୋଟୋକୁ ବ୍ୟବହାର କରି କେହି ଅଜଣା ଦୁର୍ବୁର୍ତ୍ତ ଏକ ଫେସବୁକ ଆକାଉଣ୍ଟ ଖୋଲିଛି । ପ୍ରୋଫାଇଲରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଫୋଟୋ ରଖିବା ସହ ଲୋକଙ୍କୁ ଟଙ୍କା ମାଗୁଛି । ଅତି ଆବଶ୍ୟକ ଥିବା କହି ଗୁଗୁଲ ପେରେ ଟଙ୍କା ପଠାଇବା ପାଇଁ କହୁଛି । ଏହି ଘଟଣାକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ତାଙ୍କର ବନ୍ଧୁ ଘଟଣା ବିଷୟରେ ଅବଗତ କରିବା ପରେ ଡକ୍ଟର ଜ୍ଞାନ ଦାସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି ।

ତେବେ ଯଦି ଏମିତି ଘଟଣା କାହାସହ ହୁଏ ତେବେ କୌଣସି ପ୍ରକାରରେ ଟଙ୍କା ନ ଦେବା ସହ ସେହି ଆଇଡିକୁ ଏଡ଼ାଇ ଯିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.