ଜିଲ୍ଲାପାଳଙ୍କ ନାଁରେ ସୋସିଆଲ ମିଡିଆରେ ଫେକ ଆଇଡି ଅଭିଯୋଗ

Published By : Prameya-News7 Bureau | November 27, 2019 IST

କେନ୍ଦ୍ରାପଡା ୨୭।୧୧:  ଜିଲ୍ଲାପାଳଙ୍କ ନାଁରେ ଫେସବୁକରେ ଫେକ ଆଇଡି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଫେକ ଆକାଉଣ୍ଟ ଥିବା ଅଭିଯୋଗ । ଫେକ ଆଇଡକୁ କୁନେଇ ଖୁବଶୀଘ୍ର ପୋଲିସରେ ଅଭିଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ

{"id":190542,"sizeSlug":"large"}

ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ନାଁରେ ଫେକ୍ ଆକାଉଣ୍ଟ୍ ଖୋଲିଯାଇଥିବା ଅଭିଯୋଗ  l ଫେସ୍ ବୁକ୍ ରେ କେହି ଦୁବୃର୍ତ୍ତ ଏହି ଫେକ୍ ଆକାଉଣ୍ଟ୍ ଖୋଲି ଏହାକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଛି l ଏହି ଫେକ୍ ଆକାଉଣ୍ଟ୍ ର ପ୍ରୋଫାଇଲ ପିକଚରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ  ଫଟୋ ଥିବା ଦେଖିବାକୁ ମିଳିଛି l ଦୁର୍ବୃତ୍ତ ଜଣଙ୍କ ଏହାର ଅପବ୍ୟବହାର କରୁଥିବାର ଆଶଙ୍କା କରୁଛନ୍ତି ଜିଲ୍ଲାପାଳ । ଫେକ୍ ଆକାଉଣ୍ଟ୍ କୁ କେହି ବିଶ୍ବାସ ନକରିବା ପାଇଁ  ଜିଲ୍ଲାପାଳ ନିବେଦନ କରିଛନ୍ତି l ଖୁବଶୀଘ୍ର ଜିଲ୍ଲାପାଳ ଏନେଇ ପୋଲିସରେ  ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.