Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସୋସିଆଲ ମିଡିଆରେ ଫେକ୍ ଫଲୋଅର୍ସ ରାକେଟ୍ : ଜଣେ ଗିରଫ, ପ୍ରତି ଲାଇକ୍ ପାଇଁ ନେଉଥିଲା ୧୫୩ ଟଙ୍କା, ବିକିଛି ୨.୩ କୋଟି ଜାଲି ଆକାଉଣ୍ଟ

24/07/2020 at 9:12 PM

ମୁମ୍ବାଇ, ୨୪|୦୭: ଯୁବପୀଢି ଏବେ ସୋସିଆଲ ମିଡିଆରେ ଲାଇକ୍ ଓ ଫଲୋଅର୍ସ ପଛରେ ଗୋଡାଉଛନ୍ତି । ଫଲୋଅର୍ସ ବଢାଇବା ପାଇଁ ଅନେକ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ଏପରିକି କିଛି ବ୍ୟକ୍ତି ଓ କମ୍ପାନୀ ଅଧିକ ଫଲୋଅର୍ସ ବଢାଇବା ନିଶାରେ ହ୍ୟାକରଙ୍କ ସାହାଯ୍ୟ ମଧ୍ୟ ନେଉଛନ୍ତି । ଏପରି ଜଣେ ହ୍ୟାକରକୁ ଗରିଫ କରିଛି ମୁମ୍ବାଇ ପୋଲିସ । ଗିରଫ ହ୍ୟାକର୍ ହେଲେ କାସିଫ୍ ମନସୁର୍ ।

ଅଭିଯୁକ୍ତ କାସିଫ୍ ମନସୁର୍ ହେଲେ ଜଣେ ସିଭିଲ୍ ଇଞ୍ଜିନିୟର । ସେ ଏଭିଏଏମଏସଏମଏମ ନାମକ ଏକ କମ୍ପାନୀ ଖୋଲି ଫେକ୍ ଫଲୋଅର୍ସ ବିକ୍ରି କରୁଥିଲେ । ଏବେସୁଦ୍ଧା ସେ ୨୫ ହଜାର ଅର୍ଡର ପାଇଥିବା ବେଳେ ୨.୩ କୋଟି ଫେକ୍ ଫଲୋଅର୍ସ ବିକ୍ରି କରିଛନ୍ତି ।

ଗତ ସପ୍ତାହରେ ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେ ବଲିଉଡ୍ ସିଙ୍ଗର୍ ଭୂମି ତ୍ରିବେଦୀଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଥିଲା । ଏପରିକି ସେ କିଛି ବଲିଉଡ୍ ସେଲିବ୍ରିଟିଙ୍କୁ ଫୋନ୍ କରି ଫଲୋଅର୍ସ ବଢାଇଦେବ ବୋଲି କହିଥିଲା । ଏନେଇ ପୋଲିସ ଅଭିଯୋଗ ପାଇବା ପରେ ତାକୁ ଗିରଫ କରିଥିଲା ।

ଅଭିଯୁକ୍ତଜଣଙ୍କ ଗିରଫ ହେବା ପରେ ଏହା ପଛରେ ଏକ ବଡ ନେଟଓ୍ୱାର୍କ କାମ କରୁଥିବା ଜାଣିବାକୁ ପାଇଥିଲା । ଏସଆଇଟି ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଏପରି ଫେକ୍ ଫଲୋଅର୍ସ ବିକ୍ରି କରୁଥିବା ୧୦୦ଟି କମ୍ପାନୀକୁ ଚିହ୍ନଟ କରାଯାଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଥିଲା ।

ପୋଲିସ ଜାଣିବାକୁ ପାଇଛି ଯେ, କାସିଫ୍ ଫେସବୁକରେ ଗୋଟିଏ ଫଲୋଅର୍ସ ବଢାଇବା ପାଇଁ ୨୭୨ ଟଙ୍କା ନେଉଥିଲେ । ସେହିପରି ଇନଷ୍ଟାରେ ଗୋଟିଏ ଲାଇକ ପାଇଁ ୧୨୦ ଟଙ୍କା ଓ ୟୁଟ୍ୟୁବରେ ଗୋଟିଏ ଭିୟୁପାଇଁ ୧୫୩ ଟଙ୍କା ନେଉଥିଲେ ।  

   Related Posts