ନୂଆପଡା ବିଧାୟକଙ୍କ ନାଁରେ ଫେକ ଫେସବୁକ ଆଇଡି, ମେଡିକାଲ କାମ ପାଇଁ ଲୋକଙ୍କୁ ମାଗୁଛି ଟଙ୍କା

Published By : Prameya-News7 Bureau | June 11, 2021 IST

ନୂଆପଡା,୧୧।୬ : ଗତ ୬ ତାରିଖରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ କୋଭିଡ ପିଜିଟିଭ ଚିହ୍ନଟ ହୋଇଥିଲେ । ବର୍ତମାନ ସେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧିନ ରହିଛନ୍ତି । ଆଜି ସକାଳୁ ବିଧାୟକ ଶ୍ରୀ ଢୋଲକିଆଙ୍କ ନାଁରେ କେହି ଜଣେ ଫେସବୁକରେ ଏକ ଫେକ ଆଇଡି ଖୋଲି ଫେସବୁକ ବନ୍ଧୁ ମାନଙ୍କୁ ମେଡିକାଲ କାମ ଦର୍ଶାଇ ଟଙ୍କା ମାଗୁଛି ।

ମୋର ଏକାଉଣ୍ଟରେ ଟଙ୍କା କାରବାର ପାଇଁ ଲିମିଟ ସରି ଯାଇଛି । ଏବେ ହସ୍ପିଟାଲରେ ମୋର ସାଙ୍ଗ ଜଣେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ମୋତେ ଓ ମୋର ସାଙ୍ଗଙ୍କ ମେଡିକାଲ କାମ ପାଇଁ ଟଙ୍କା ଜରୁରୀ ରହିଛି । ଏକ ଫୋନପେ ନମ୍ବର ଦେଇ ସେହି ନମ୍ବରରେ ଟଙ୍କା ପଠାଇବାକୁ ଫେସବୁକ ମେସେଞ୍ଜରରେ ଅନୁରୋଧ କରୁଛି । ଏହାକୁ ନେଇ ଅନେକ ଲୋକେ ବିଧାୟକ ଶ୍ରୀ ଢୋଲକିଆଙ୍କୁ ଫୋନ କରି ପଚାରିଥିଲେ ।

ପରେ ଏହି ଆଇଡିକୁ ଯାଂଚ କରିବାରୁ ଫେକ ଆଇଡି ବୋଲି ଜଣା ପଡିଥିବା ବିଜେଡି ଆଇଟି ସେଲ କୋଡିନେଟର ଅଜୟ ଗହୀର ପୁଷ୍ଟି କହିଥିଲେ । କେହି ଜଣେ ଫେକ ଆଇଡି ଖୋଲି ବିଧାୟକଙ୍କ ନାଁରେ ଲୋକଙ୍କୁ ଟଙ୍କା ମାଗୁଛି । ଏନେଇ ନୂଆପଡା ଥାନା ଆଇଆଇସି ଓ ଜିଲ୍ଲପାଳଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି । ସେହିପରି ଏହି ଫେସବୁକ ଫେକ ଆଇଡି ୟୁଜର କଥାରେ ପଡି କାହାରିକୁ ଟଙ୍କା ନଦେବାକୁ ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.