ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ, ଲୋକଙ୍କୁ ମାଗିଲେ ଟଙ୍କା

Published By : Prameya-News7 Bureau | October 12, 2019 IST

ସୁନ୍ଦରଗଡ ୧୨।୧୦:  ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି କେହି ଦୁର୍ବୃତ୍ତ ଲୋକଙ୍କ ପାଖରୁ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଏହାର ଦୁରୂପୋଯୋଗ କରାଯାଇଛି । କେବଳ ଏତିକି ନୁହେଁ ଲୋକଙ୍କଠାରୁ ଟଙ୍କା ମଧ୍ୟ ଦାବି କରାଯାଇଛି ।

{"id":169126}

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସୁନ୍ଦରଗଡ ଜିଲ୍ଲାପାଳ ତାଙ୍କ ଫେସବୁକ୍ ଆକାଉଣ୍ଟ ବ୍ଲକ୍ କରିବା ଲାଗି ଅନୁରୋଧ କରିଛନ୍ତି । ସେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଏଭଳି କେବେ କାହାରିଠାରୁ ଟଙ୍କା ଦାବି କରିନାହାନ୍ତି । ଲୋକମାନେ ଏଭଳି ଦାବିକୁ ଶୁଣି କୌଣସି ପ୍ରକାର ଟଙ୍କା, ପଇସା ନଦେବା ଲାଗି ସେ ଅନୁରୋଧ କରିଛନ୍ତି ।

ଅଭିଯୋଗ ପରେ ସାଇବର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏଭଳି କରିଛି ତାହା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.