Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାରେ ଧରାପଡିଲେ ନକଲି ପରୀକ୍ଷାର୍ଥୀ

12/07/2019 at 3:41 PM

ବଲାଙ୍ଗିର ୧୨|୭: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିଥିବାବେଳେ ନକଲି ପରିକ୍ଷାର୍ଥୀ ଧରାପଡିଛି । ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲାରେ ଦେଖିବାକି ମିଳିଛି । ଗତକାଲି ଗଣିତ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗୀର ସହର ପି ଆର ହାଇସ୍କୁଲରେ ପତିତପାବନ ସ୍କୁଲର ଜଣେ ଛାତ୍ରଙ୍କ ଗଣିତ ଭଲ ହେଉନଥିବାରୁ ସେ ତାଙ୍କ ସାଙ୍ଗକୁ କହିଥିଲେ । ତେବେ ଗତକାଲି ପରୀକ୍ଷା ଦେବା ସମୟରେ ଇନଭିଜିଲେଟର ପରୀକ୍ଷା ହଲରେ ଯାଞ୍ଚ କରିବା ସମୟରେ ଉକ୍ତ ଛାତ୍ରଙ୍କ ପାଖକୁ ଯାଇଥିଲେ। ସେଠାରେ ସେ ଛାତ୍ରଙ୍କୁ ଆଡମିଟ୍ କାର୍ଡ ମାଗିଥିଲେ । ଆଡମିଟ୍ କାର୍ଡର ଜେରକ୍ସ କପି ଦେଖାଇବାରୁ ଅସଲି ଆଡମିଟ୍ କାର୍ଡ ମାଗିଥିଲେ ।

ଏନେଇ ପାଖରେ ଥିବା କିଛି ସାଙ୍ଗ ଇନଭିଜିଲେଟରଙ୍କୁ ଏ ଛାତ୍ର ସେ ନୁହେଁ ବୋଲି ଅଭିଯୋଗ କରିଥିଲେ । ଏନେଇ ତାଙ୍କୁ ଫଟୋ ମାଗିବା ସହ ଏନେଇ ପ୍ରଧାନଶିକ୍ଷକଙ୍କୁ ଖବର ଦେଇଥିଲେ । ତେବେ ପରେ ପରୀକ୍ଷାର୍ଥି ଜଣଙ୍କ ନକଲି ଥିବା ଜାଣିବା ପରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ଏନେଇ ଟାଉନ୍ ଥାନା ପୋଲିସ ସ୍କୁଲରୁ ଫେକ୍ ଛାତ୍ରଙ୍କୁ ଆଣି ଅଟକ ରଖିଛି । ସେପଟେ ଅସଲି ପରୀକ୍ଷାର୍ଥୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ କରୁଛି ପୋଲିସ ।

   Related Posts