ଶିକ୍ଷୟତ୍ରୀଙ୍କ ଚତୁରତା ଯୋଗୁଁ ଗିରଫ ହେଲା ନକଲି ଶିକ୍ଷା ଅଧିକାରୀ , ମାଗୁଥିଲା ୬ ହଜାର ଟଙ୍କା

Published By : Prameya-News7 Bureau | October 24, 2019 IST

କେବେ ଶିକ୍ଷା ଅଧିକାରୀ ତ ଆଉ କେତେବେଳେ ଶିଶୁ କଲ୍ୟାଣ ଅଧିକାରୀ ପରିଚୟ ଦେଇ  ବେଆଇନ ଭାବରେ ଟଙ୍କା ଆଦାୟ କରୁଥିବା ଜଣେ ନକଲି ଅଧିକାରକୁ ରାୟଗଡା ଜିଲ୍ଲା ଵିଷମକଟକ ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି l ସେ ହେଲା କୋଳନରା ବ୍ଲକ ଖେଦାପଡ଼ା ଗ୍ରାମର ଭୀମ ଗାଣ୍ଟା ବୋଲି ଜଣାପଡିଛି l

{"id":174308}

ମଙ୍ଗଳବାର  ଵିଷମକଟକ ବ୍ଲକ ସାନ ସର୍ତ୍ତେଲି ପ୍ରାଥମିକ ସ୍କୁଲକୁ ଯାଇ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ କହି ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ସମ୍ଭନ୍ଧୀୟ ପ୍ରଶ୍ନ କରିବା ସହ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲା ।  ଏଥିସହ ବିଦ୍ୟାଳୟରେ ବିଭିନ୍ନ ତ୍ରୁଟି ରହିଛି ତୁମକୁ ଚାକିରିରୁ ନିଲମ୍ବିତ କରାଯିବ ବୋଲି ଭୟ ଦେଖାଇଥିଲା । ତେବେ କାର୍ଯ୍ୟାନୁଷ୍ଠାନ ନନେବା ଲାଗି ଛଅ  ହଜାର ଟଙ୍କା ଦାବି କରି ଅଡୁଆରେ ପଡିଥିଲା ଏହି ନକଲି ଅଧିକାରୀ ।

{"id":174309}

ଦାୟିତ୍ବରେ ଥିବା ଶିକ୍ଷୟତ୍ରୀଙ୍କ ମନରେ ସନ୍ଦେହ ହୋଇଥିଲା । ତେବେ ନକଲି ଅଧିକାରୀକୁ ପାନେ ଦେବାଲାଗି ଚତୁରତାର ସହ ଟଙ୍କା ନେବାକୁ ଆସନ୍ତା କାଲି ଆସନ୍ତୁ ବୋଲି ଶିକ୍ଷତ୍ରୀ କହିଥିଲେ । ଏହାପରେ ଶିକ୍ଷୟତ୍ରୀ ବିଦ୍ୟାଳୟ କମିଟି ଓ ଗ୍ରାମବାସୀଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ ।

{"id":174311}

ପରଦିନ ନକଲି ଅଧିକାରୀ  ଟଙ୍କା ନେବାକୁ ଆସିବାରୁ ପୂର୍ବ ଯୋଜନା ମୁତାବକ ଗ୍ରାମବାସୀ ତାକୁ କାବୁ କରିବା ସହ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିକୁ ଥାନାକୁ ଆଣି ପଚରା ଉଚରା କରିଥିଲା  l ଏନେଇ ବିଦ୍ୟାଳୟ କମିଟି ତରଫରୁ ଲିଖିତ ଅଭିଯୋଗ ପରେ ଭୀମ ଗାଣ୍ଟା  ନାମରେ ମାମଲା ରୁଜୁ କରି କୋର୍ଟ ତାକୁ ଚାଲାଣ କରାଯାଇଛି ବୋଲି ରାୟଗଡା ଏସପି  ସୂଚନା ଦେଇଛନ୍ତି l

{"id":174313}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.