Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ନକଲି ଡାକ୍ତରର କଳା କାରନାମା, ଫେସବୁକ୍ ଓ ମାଟ୍ରିମୋନିରେ ଯୁବତୀଙ୍କୁ ଫସାଇ ଲୁଟୁଥିଲେ ଟଙ୍କା

6/12/2021 at 9:59 AM

ଭୁବନେଶ୍ବର ୬।୧୨: ନକଲି ଡାକ୍ତର ଅସଲି ଲୁଟେରା । ନିଜକୁ ଏମକେସିଜିରେ ଗାଇନୋକୋଲୋଜିଷ୍ଟ ଡାକ୍ତର ବୋଲି ଫେସବୁକ୍ ଓ ମାଟ୍ରିମୋନିରେ ବିଜ୍ଞାପନ ଦେଇଥିଲେ କଟକର ପ୍ରଭାସ ରାଜ । ଆଉ ବିଜ୍ଞାପନକୁ ଆଧାର କରି ଅନେକ ଝିଅଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ସୁଯୋଗ ଦେଖି ଯୁବତୀମାନଙ୍କୁ ଡାକୁଥିଲେ ଆଉ ସେମାନଙ୍କ ମୋବାଇଲ, ପର୍ସ ଓ ଟଙ୍କା ନେଇ ଚମ୍ପଟ ମାରୁଥିଲେ । ପ୍ରକୃତରେ ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିଲେ ପ୍ରଭାସ ।  ପ୍ରଭାସଙ୍କ ବିରୋଧରେ ଏକାଧିକ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ତାକୁ ଗିରଫ କରାଯାଇଛି ।

ମାଟ୍ରିମୋନିଆଲ ସାଇଟ୍‌ରେ ମିଠା ମିଠା କଥା କହି ଡାକ୍ତରର ପରିଚୟ ଦେଇ ସୁନ୍ଦରୀ ଯୁବତୀଙ୍କ ହୃଦୟ ଜିତୁଥିଲେ । ସେମାନଙ୍କୁ ବଡ ବଡ ରେଷ୍ଟୁରାଣ୍ଟ, ସପିଂ ମଲକୁ ବୁଲେଇ ନେଇ ଚଞ୍ଚକତା କରି ଲୁଟି ନେଉଥିଲେ ମୋବାଇଲ ସହ ଲକ୍ଷାଧିକ ଟଙ୍କା । ଏପରି ୪୨୦ ପ୍ରେମିକ ପ୍ରବର ଲୁଟେରାକୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ବଡମ୍ବା ଅଞ୍ଚଳର ପ୍ରଭାସ ଦାସ ।

କିଛିଦିନ ତଳେ ଜଗସିଂହପୁର ରଘୁନାଥପୁର ଅଞ୍ଚଳର ରଶ୍ମିତା (ଛଦ୍ମନାମ)ଙ୍କୁ ମାଟ୍ରିମୋନିଆଲ ସାଇଟରୁ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବ ଦେଇଥିବା ଯୁବକ ନିଜକୁ ପ୍ରଭାସ ରାଜ ଏବଂ ସେ ଏମ୍‌କେସିଜିରେ ଡାକ୍ତର ଥିବା ଦର୍ଶାଇଥିଲେ । ଯୁବକ ଉଚ୍ଚ ଶିକ୍ଷିତ ଦେଖିବା ପରେ ରଶ୍ମିତା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ପରେ ପ୍ରଭାସ ତାଙ୍କ ହ୍ୱାଟସ୍‌ଆପ୍‌ରେ ଚାଟିଂ କରିଥିଲେ ।

ତା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ । ଏହି ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ସ୍ଥିର ହେଲା । ଉଭୟ ଭୁବନେଶ୍ୱରର ଏକ ତାରକା ରେଷ୍ଟୁରାଣ୍ଟରେ ଦେଖା କରିବା ପାଇଁ ସ୍ଥିର କଲେ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଏକ ରେଷ୍ଟୁରାଣ୍ଟରେ କ୍ୟାଣ୍ଡେଲ ଲାଇଟ୍‌ ଡିନର ପାଇଁ ବସିଲେ । ସୁସ୍ୱାଦୁ ଖାଇବା ମଧ୍ୟ ଅର୍ଡର ହେଲା । ଅଧା ଖାଇବା ବେଳେ ପ୍ରଭାସ ହଠାତ୍‌ ରଶ୍ମିତାଙ୍କ ଉପରକୁ ଚଟଣୀ ପକାଇ ଦେଇଥିଲେ । ପରେ ତାଙ୍କୁ ୱାସ୍‌ରୁମ ଯାଇ ଧୋଇବା ପାଇଁ କହିଥିଲେ । ରଶ୍ମିତା ୱାସ୍‌ରୁମ ଯିବା ପରେ ତାଙ୍କ ପର୍ସ ସହ ମୋବାଇଲ ଧରି ଛୁ ମାରିଥିଲେ ପ୍ରଭାସ ।

ରଶ୍ମିତା ୱାସ୍‌ରୁମରୁ ଫେରି ଦେଖିବା ବେଳକୁ ପ୍ରଭାସ ଗାଏବ । ଏନେଇ ସଙ୍ଗେ ସଙ୍ଗେ ସେ ସହିଦନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ତାଙ୍କ ଏତଲାକୁ ଭିତ୍ତି କରି ରବିବାର ବାଲେଶ୍ୱରରୁ ଅଭିଯୁକ୍ତ ପ୍ରଭାସକୁ ଗିରଫ କରିଛି । ପୁଲିସ ତା ବିରୋଧରେ ଆଇପିସିର ଦଫା ୪୨୦ ଲଗାଇ ପଚରାଉଚରା କରୁଛି ।

   Related Posts