Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ

2/03/2021 at 11:39 AM

କୋରାପୁଟ ୨।୩: କୋରାପୁଟରୁ ଜବତ ହେଲା ଜାଲ୍ ନୋଟ୍ । ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ପୋଲିସ । ପଟାଙ୍ଗି ପୋଲିସ ଦ୍ବାରା ସୁଙ୍ଖି ଆଉଟ୍ ପୋଷ୍ଟ ନିକଟରୁ ଏହି ଟଙ୍କା ପୋଲିସ ଜବତ କରିଛି ।

ବିଡା ବିଡା ଟଙ୍କା, ଉପରକୁ ଉପର । ଯେମିତି ଟଙ୍କାର ପୂରା ଗାଲିଚା । ସବୁ ୫ ଶହ ଟଙ୍କିଆ ନୋଟ ।  ସବୁ ଦୋ ନମ୍ବରୀ ମାନେ ଫେକ୍‌ ନୋଟ । ଏତେ ସଂଖ୍ୟକ ଜାଲ ନୋଟ ଜବତ କରିଛି ପୋଲିସ। କୋରାପୁଟ ଜିଲ୍ଲା ପଟାଙ୍ଗି ପୋଲିସ ସୁଙ୍କି ଆଉଟ୍ ପୋଷ୍ଟ ନିକଟରରେ ଏକ ଗାଡ଼ିକୁ ଅଟକାଇଥିଲା। ଚାଲିଥିଲା ରୁଟିନ ଚେକ୍‌।CG 04LS0545 ଏକ କାରକୁ ଅଟକାଇଥିଲା। କାରରୁ ମିଳିଥିଲା ୪ଟି ଟ୍ରଲି ବ୍ୟାଗ । ଆଉ ବ୍ୟାଗ ଭିତରୁ ବାହାରିଥିଲା ଖାଲି ବିଡ଼ା ବିଡ଼ା ନୋଟ । ପୋଲିସ ବି କାବା । ଦେଖିଲାରୁ ଜଣା ପଡ଼ିଥିଲା ସବୁତକ ଫେକ୍‌ ନୋଟ। ଗଣିଗଣି ଥକି ପଡ଼ିଥିଲା ପୋଲିସ। ଆଉ ଗଣିବାରୁ ଜଣାପଡ଼ିଥିଲା ଯେ ଏସବୁ ଟଙ୍କାର ମୂଲ୍ୟ ୭ କୋଟି ୯୦ ଲକ୍ଷ।  ୩ ଜଣଙ୍କ ଅଟକ ରଖିଛି ପୋଲିସ। ମୁହଁରେ ଟାଉଏଲ ଘୋଡ଼ାଇ ହୋଇଛି ଠିଆ ହୋଇଥିବା ୩ ଜଣଙ୍କ ବିରୋଧରେ ଆଇପିସି ଧାରା 489A /489B/489C/120B IPC ଲାଗୁ କରାଯାଇଛି। ଏହି ଟଙ୍କା ଛତିଶଗଡ଼ ରାୟପୁରରୁ ବିଶାଖାପାଟନା ଯାଉଥିବା ପୋଲିସ ଜାଣିବାକୁ ପାଇଛି।

ଛତିଶଗଡ଼ରେ ଜାଲ୍‌ ନୋଟର ଫ୍ୟାକ୍ଟ୍ରି କୋଉଠିଥିଲା। ଆଉ ଟଙ୍କା ବିଶାଖାପାଟନାରେ କାହା ପାଖକୁ ଯାଉଥିଲା। ପୂରା ନେଟୱର୍କ କେଉଁଠି କେଉଁଠି କାମ କରୁଛି। ଗିରଫ ତିନିଜଣ ଛତିଶଗଡ଼ର।ସେମାନଙ୍କ ଭିତରେ ଜଣେ ଇଞ୍ଜିନିୟର ବି ଅଛନ୍ତି। ଜାଲ ନୋଟ ସହିତ ସେମାନଙ୍କଠାରୁ କାର, ୩୫ ହଜାର ଟଙ୍କା କ୍ୟାସ୍‌, ୫ ମୋବାଇଲ ଜବତ କରାଯାଇଛି। ଏସବୁ ଜାଲ୍‌ ନୋଟ୍‌ ସେତେ ହାଇକ୍ବାଲିଟିର ନୁହେଁ। ତେଣୁ ସନ୍ଦେହ କରାଯାଉଛି ଆଦିବାସୀଙ୍କ ଗହଣରେ ଜାଲ୍‌ ନୋଟ ଚଳାଇବା ପାଇଁ ଏକ ନେଟୱର୍କ କାମକରୁଛି। କାରଣ ନଭେମ୍ବର ମାସରେ ମଧ୍ୟ ସେହି କୋରାପୁଟରୁ ୩ କୋଟି ଟଙ୍କାର ଜାଲ୍‌ ନୋଟ ଜବତ ହୋଇଥିଲା। ତେଣୁ ପୂରା ଅଞ୍ଚଳରେ ଏକ ବଡ଼ ଧରଣର ଜାଲନୋଟ ରାକେଟ ତିନି ରାଜ୍ୟରେ ସକ୍ରିୟ ଥିବା ସନ୍ଦେହ କରାଯାଉଛି।

   Related Posts