ନକଲି ନୋଟ କାରଖାନା ଉପରେ ପୋଲିସ ଚଢଉ, ୧୪ଲକ୍ଷ ଟଙ୍କାର ଜାଲି ନୋଟ ଜବତ

Published By : Prameya-News7 Bureau | October 13, 2019 IST

କୋଇମ୍ବାଟୁର: ତାମିଲନାଡୁ କୋଇମ୍ବାଟୁର ଜିଲ୍ଲାର ଇଦିଗରାଇରେ ରବିବାର ପୋଲିସ ଏକ ନକଲି ନୋଟ କାରଖାନା ଉପରେ ଚଢଉ କରିଛି। ପୋଲିସ ସେଠାରେ ନକଲି ନୋଟ ପ୍ରସ୍ତୁତି  ଲାଗି ବ୍ୟବହୃତ ବିଭିନ୍ନ ସାମଗ୍ରୀ ସମେତ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି। ଜବତ ଟଙ୍କା ସବୁ ନକଲି ବୋଲି ଜଣାପଡିଛି। ଏଥିରେ ୫୦, ୧୦୦, ୨୦୦, ୫ଶହ ଓ ୨ ହଜାର ଟଙ୍କାର ନୋଟ ସବୁ ଥିବା ବେଳେ ମୋଟ ଟଙ୍କାର ପରିମାଣ ପ୍ରାୟ ୧୪ଲକ୍ଷ ବୋଲି ପୋଲିସ କହିଛି।

{"id":169704}

ଦୀର୍ଘ ଦିନରୁ ଲୋକଙ୍କ ଅଗୋଚରରେ ଏଠାରେ ନକଲି ନୋଟ ତିଆରି କାରଖାନା ଚାଲିଥିଲା। ବିଭିନ୍ନ ମୂଲ୍ୟର ଏଫଆଇସିନ ପ୍ରସ୍ତୁତ କରି ଦେଶର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ତେବେ ତାମିଲନାଡୁରେ ନକଲି ନୋଟ କାରଖାନା ଥିବା ଗୁଇନ୍ଦା ସୂଚନା ଆଧାରରେ ପୋଲିସ ତଦନ୍ତ କରିବା ବେଳେ କୋଇମ୍ବାଟୁର ଇଦିଗରାଇରେ କାରଖାନାକୁ ପୋଲିସ ଠାବ କରିବା ସହ ପୋଲିସ ସିଲ କରିଛି। ଏଠାରେ ପ୍ରସ୍ତୁତ ନୋଟକୁ ସହଜରେ ନକଲି ବୋଲି ଟିହ୍ନଟ କରିବା ମଧ୍ୟ କଷ୍ଟ।

{"id":169705}

ତେବେ କେବେ ଠାରୁ ଏଠାରେ ନକଲି ନୋଟ ପ୍ରସ୍ତୁତି ଚାଲିଥିଲା ଓ  ଦେଶର କେଉଁ କେଉଁ ଅଞ୍ଚଳକୁ କେତେ ଟଙ୍କାର ନକଲି ନୋଟ ପଠାଯାଇଛି ସେ ନେଇ ପୋଲିସ ଏବେ ସଘନ ତଦନ୍ତ ଆରମ୍ଭ କରିଛି। ଗିରଫ ୫ ଜଣଙ୍କୁ ପଚରାଉଚୁରା ପରେ ଏଭଳି ନୋଟ ପ୍ରସ୍ତୁତି ପଛରେ କେଉଁମାନଙ୍କର ହାତ ରହିଛି ଓ ବିଦେଶୀ ସମ୍ପର୍କ ଅଛିକି ନା ତାହା ଏବେ ଜଣାପଡିବ। ତେବେ ଘଟଣା ସମ୍ପର୍କରେ ପୋଲିସ ଗଣମାଧ୍ୟମକୁ କିଛି କହିବାକୁ ମନା କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.