ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ

Published By : Prameya-News7 Bureau | November 26, 2020 IST

ଭୁବନେଶ୍ବର ୨୬।୧୧: କୋରାପୁଟରୁ ନକଲି ନୋଟ୍ ଜବତ । କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ନକଲି ନୋଟ୍ ଜବତ କରିଛି । ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ନକଲି ନୋଟ୍‌ ରଖିଥିବା ଅଭିଯୋଗରେ କୋରାପୁଟ ନନ୍ଦପୁରର ଯୁବକ ଅନାମ ଖିଲୋକୁ ଗିରଫ କରାଯାଇଛି । ସୁନାବେଡା ଥାନାରେ ଏ ନେଇ ମାମଲା ରୁଜୁ କରିଛି ଏସ୍‌ଟିଏଫ୍‌ । ଏ ନେଇ ଅଧିକ ଖୋଳତାଡ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.