Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ରାଜଧାନୀ ଭୁବନେଶ୍ୱରରୁ ଏକ ବଡଧରଣର ଜାଲ ନୋଟ୍ ରାକେଟ ଠାବ

9/07/2018 at 6:04 AM

ରାଜଧାନୀ ଭୁବନେଶ୍ୱରରୁ ଏକ ବଡଧରଣର ଜାଲ ନୋଟ୍ ରାକେଟ ଠାବ । ଅଭିଯୁକ୍ତ ମାନଙ୍କ ଠାରୁ ମୋଟ ୪ଲକ୍ଷ ୬୫ ହଜାର ୫୦ ଟଙ୍କାର ଜାଲ ନୋଟ୍ ଜବତ କରିଛି ପୋଲିସ । ଜବତ ଜାଲ ନୋଟ ମଧ୍ୟରେ ୨ହଜାର , ୫ ଶହ , ୨ ଶହ ,୧୦୦ ଓ ୫୦ଟଙ୍କିଆ ଜାଲ ନୋଟ ଥିବା ଜଣା ପଡିଛି । କୁଇକ୍ ଆକ୍ସନ୍ ଟିମ୍ ଓ ତମାଣ୍ଡୋ ଥାନା ପୋଲିସର ମିଳିତ ଅପରେସନ ବେଳେ ଏହି ରାକେଟ୍ ସଂପର୍କରେ ଜଣା ପଡିଛି । ଅଭିଯୋଗରେ କମିଶନରେଟ୍ ପୋଲିସ ତମାଣ୍ଡୋ ଅଞ୍ଚଳରୁ ୩ଜଣ ଓ ବ୍ରହ୍ମପୁରରୁ ୨ଜଣଙ୍କୁ ଗିରଫ କରିଛି । ଭୁବନେଶ୍ବରରୁ ସରତ କୁମାର ସାହୁ ,ପ୍ରଣବ ଭୋଇ, ଓ ଦିଲ୍ଲୀପ ଭୋଇଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ଜାଲ ଲୋଟ୍ ପ୍ରସ୍ତୁତି ପାଇଁ ରଖିଥିବା ଗୋଟିଏ କଲର ପ୍ରିଣ୍ଟର,କାଟ୍ରିଜ୍ ,ରବର ଷ୍ଟାମ୍ପ, ପେପର କଟର,୫ଟି ମୋବାଇଲ ଫୋନ୍ ,ସ୍କେଲ ଜବତ ହୋଇଛି । ଭୁବନେଶ୍ବରରୁ ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ବ୍ରହ୍ମପୁର ପାଲୁର ବଙ୍ଗଳାଷ୍ଟ୍ରିଟରେ ଚଢାଉ କରି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ରମେଶ ରାମେଶ୍ବର ମହାରାଣକୁ ମଧ୍ୟ ପୋଲିସ ଗିରଫ କରିଛି । ଏହାସହ ନକଲି ଟଙ୍କା ପ୍ରସ୍ତୁତ କରୁଥିବା କେ.ରମେଶ ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି । ତମାଣ୍ଡେ। ଥାନା ଅଞ୍ଚଳରେ ଜାଲ ନୋଟ୍ କାରବାର ତଥା ପ୍ରସ୍ତୁତି ନେଇ ପୋଲିସ ଖବର ପାଇଥିଲା। ଏହା ପରେ କ୍ୟୁଏଟି ଓ ତମାଣ୍ଡୋ ଥାନା ଅଧିକାରୀଙ୍କ ମିଳିତ ସହଯୋଗରେ ଏକ ଟିମ୍ ବ୍ରହ୍ମପୁର ଗସ୍ତ କରିଥିଲେ । ଜାଲନୋଟ କାରବାର ମାଷ୍ଟର ମାଇଣ୍ଡ ରାମେଶ୍ବର ମହାରଣା ନାଁରେ କାଳିଆପାଣି ଥାନାରେ ପୁର୍ବରୁ ମଧ୍ୟ ଠକେଇ ମାମଲା ରହିଛି। ଏହି ଗ୍ୟାଙ୍ଗ ବିଶେଷ କରି ଗୁଣୁପୁର, କୋରାପୁଟ, ଯାଜପୁର ସହ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳ ରେ ଜାଲ ନୋଟ କାରବାର ଜାଲ ବିଛାଇଥିବା ପୋଲିସ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

   Related Posts