ବାଲେଶ୍ବରରୁ ୪ ହଜାରରୁ ଉର୍ଦ୍ଧ୍ବ ନକଲି ଟଙ୍କା ଜବତ ; ୩ ଅଟକ

Published By : Prameya-News7 Bureau | December 05, 2018 IST

ବାଲେଶ୍ବର ୫/୧୨ : ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ୪ ହଜାରରୁ ଉର୍ଦ୍ଧ୍ବ ନକଲି ଟଙ୍କା ଜବତ ହୋଇଛି | ନକଲି ଟଙ୍କା କାରବାର କରୁଥିବା ୩ ଯୁବକଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଦା | ପରେ ଖବର ପାଇ ସହଦେବଖୁଣ୍ଟା ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା | ୩ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ବାସିନ୍ଦା | ଅଟକ ୩ ଯୁବକ ଝାଡଖଣ୍ଡର ବାସିନ୍ଦା ବୋଲି ଜଣାପଡିଛି | ୩ଜଣ ଯୁବକ ମୁସଲମାନ |  ସୂଚନାଯୋଗ୍ୟ ଯେ, ଆଜି ଜଣେ ଅଟୋ ଡ୍ରାଇଭରଙ୍କୁ ନକଲି ଟଙ୍କା ଦେଉଥିବା ବେଳେ ଏହି ଯୁବକମାନେ ଧରାପଡିଥିଲେ | ସେମାନଙ୍କ ନିକଟରୁ ନକଲି ୫୦୦ ଓ ୧୦୦ ଟଙ୍କିଆ ଜବତ ହୋଇଛି | ପୂର୍ବରୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ନକଲି ଟଙ୍କା କାରବାର କରୁଥିବା ନେଇ ଅଭିଯୋଗ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.