Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୫ ହଜାର ଟଙ୍କାରେ ମିଳୁଛି ଭାରତ ସମେତ ୨୯ ଦେଶର ନକଲି କୋଭିଡ୍‌ ଟିକାକରଣ ପ୍ରମାଣପତ୍ର !

16/09/2021 at 10:53 PM

ନୂଆଦିଲ୍ଲୀ ୧୬/୦୯: କରୋନା ମହାମାରୀ ପ୍ରକୋପ ଏବେ ବି ଥମିନାହିଁ। ଏହାରି ମଧ୍ୟରେ ଚେକ୍‌ ପଏଣ୍ଟ ରିସର୍ଚ୍ଚର ଏକ ରିପୋର୍ଟ ଚହଳ ପକାଇଛି। ଏହି ରିପୋର୍ଟରେ ଦାବି ହୋଇଛି, ଟେଲିଗ୍ରାମରେ ନକଲି କୋଭିଡ-୧୯  ଟିକାକରଣ ପ୍ରମାଣପତ୍ର ବ୍ୟବସାୟ ଚାଲିଛି । ଏହା ବ୍ୟତୀତ ନକଲି ଯାଞ୍ଚ ରିପୋର୍ଟ ମଧ୍ୟ ମିଳୁଛି। ଟେଲିଗ୍ରାମରେ ଭାରତ ସମେତ ୨୯ ଦେଶର ନକଲି ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ ୭୫ ଡଲାର ଅର୍ଥାତ ୫,୫୨୦ ଟଙ୍କାରେ ମିଳୁଥିବା ରିପୋର୍ଟରେ ଦାବି ହୋଇଛି।

ଯେଉଁମାନେ ଟିକା ନନେଇ ସବୁ ସ୍ଥାନକୁ ଯିବାକୁ ଚାହୁଛନ୍ତି ସେମାନେ ହିଁ ଏଭଳି କାମ କରୁଛନ୍ତି ବୋଲି ଚେକ୍ ପଏଣ୍ଟ ସଫ୍ଟୱୟର ଟେକ୍ନୋଲୋଜି ସହିତ ଜଡ଼ିତ ଓଡେଡ ୱାନୁନ୍ କହିଛନ୍ତି । ସିପିଆର୍ ରିପୋର୍ଟରେ ଅନୁସାରେ ମାର୍ଚ୍ଚ ମାସରୁ ଏବେ ଯାଏଁ ଏଭଳି ୫ ହଜାର ଟେଲିଗ୍ରାମ ଗ୍ରୁପ୍ ଚିହ୍ନଟ କରାଯାଇଛି।

ଏହି ଗ୍ରୁପ୍ ଗୁଡ଼ିକରେ ନକଲି ଟିକାକରଣ ପ୍ରମାଣପତ୍ର ବିକ୍ରି ହେଉଛି। ନକଲି ସାର୍ଟିଫିକେଟ୍ ବିକ୍ରି କରୁଥିବା ଗ୍ରୁପ୍ କ୍ରିପ୍ଟୋ କରେନ୍ସି ଓ ପେପାଲ୍‌ ଆପ୍‌ ଜରିଆରେ ଟଙ୍କା ନେଉଛନ୍ତି। ଆମଜନ ଓ ଇବେ ଗିଫ୍ଟ କାର୍ଡ ମାଧ୍ୟମରେ ମଧ୍ୟ ଏମାନେ ଅର୍ଥ ନେଉଛନ୍ତି । ତେବେ ଟେଲିଗ୍ରାମ କାହିଁକି ଅନେକ ଏମିତି ଲ୍ୟାବ୍‌ରୁ କେଇଟା ଟଙ୍କାରେ ନକଲି କରୋନା ପଜିଟିଭ୍‌ ପ୍ରମାଣପତ୍ର ମିଳୁଥିବା ମଧ୍ୟ ଅଭିଯୋଗ ହେଉଛି। ବିଶେଷ କରି ଅଫିସ୍‌ରୁ ଛୁଟି ଆଣିବା ପାଇଁ କରୋନା ପଜିଟିଭ୍‌ ସାର୍ଟିଫିକେଟ ଏକ ଉତ୍ତମ ମାଧ୍ୟମ ପାଲଟିଛି। ଏହାକୁ ନେଇ ବିଭିନ୍ନ ସଂସ୍ଥା ମଧ୍ୟ ବେପାର ଚଳାଇଥିବା ଅଭିଯୋଗ ହେଉଛି।

   Related Posts