ଭୁଲ ତଥ୍ୟ ପ୍ରଦାନ କରୁଥିବା କରୋନା ଟିକା ସମ୍ବନ୍ଧିତ ଭିଡ଼ିଓ ଦେଖାଇବ ନାହିଁ ୟୁଟ୍ୟୁବ, ୨ ଲକ୍ଷ ଭିଡିଓ କଲା ବ୍ୟାନ

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫/୧୦: କରୋନା ଭାକସିନକୁ ନେଇ ଭୁଲ ତଥ୍ୟ ପ୍ରଦାନ କରୁଥିବା କଣ୍ଟେଣ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ୟୁଟ୍ୟୁବ। କାରଣ ସମସ୍ତେ ଏ​ବେ କରୋନା ଟିକା ଅପେକ୍ଷାରେ ଅଛନ୍ତି। ଏହାରି ଭିତରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଓ ୟୁଟ୍ୟୁବ ଭଳି କେତେକ ଓ୍ବେବସାଇଟରେ କରୋନା ଭାକସିନକୁ ନେଇ ଭୁଲ ତଥ୍ୟ ପ୍ରସାର କରାଯାଉଛି। ଏଇ ଫେକ୍‌ ଭିଡିଓ କଣ୍ଟେଣ୍ଟ ବିରୋଧରେ ୟୁଟ୍ୟୁବ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଉଲ୍ଲେଖନୀୟ ଯେ ୟଟ୍ୟୁବରେ ପ୍ରତିଦିନ କୋଟି କୋଟି ଭିଡ଼ିଓ ଅପଲୋଡ୍ ହୋଇଥାଏ। ଏହା ସହ ଲୋକେ ଏହାକୁ ବହୁ ମାତ୍ରାରେ ଦେଖନ୍ତି । ଭାଇରସ ଭାକସିନ ପ୍ରସଙ୍ଗ ଟ୍ରେଡିଙ୍ଗରେ ଦେଖି କେତେକ ୟୁଟ୍ୟବର ଭୁଲ ଓ ମିଛ ତଥ୍ୟ ଦେଉଛନ୍ତି। ଏବେ ସୁଦ୍ଧା ଦୁଇ ଲକ୍ଷରୁ ଅଧିକ କୋଭିଡ ଭାକସିନ ଭିଡ଼ିଓକୁ ବ୍ୟାନ କରିଛି ୟୁଟ୍ୟୁବ।

ମିଛ ଓ ଭୁଲ ଭାକସିନ ଟିକା ଭିଡ଼ିଓ ଯୋଗୁ କରୋନା କାଳରେ ଲୋକଙ୍କ ଭୟ ବଢ଼ିବାରେ ଲାଗିଛି। ଏଣୁ ଏବେ ଯେଉଁ କଣ୍ଟେଣ୍ଟ ଭୁଲ ତଥ୍ୟ ପ୍ରଦାନ କରିବ ତାହାକୁ ୟୁଟ୍ୟୁବରୁ ହଟାଇ ଦିଆଯିବ। କରୋନା ଟିକା ଯୋଗୁ ଲୋକଙ୍କ ମୃତ୍ୟୁ ହେଉଛି। ଏହା ବାଦ୍ ଟିକା ଦ୍ବାରା ମହିଳା ନିଃସନ୍ତାନ ହେବେ ଏଭଳି ଭ୍ରାନ୍ତିକର କରୋନା ଟିକା ଭିଡ଼ିଓ ୟୁଟ୍ୟୁବରେ ଦେଖିବାକୁ ମିଳିଛି। ତେବେ ୟୁଟ୍ୟୁବ ପ୍ରବକ୍ତା କହିଛନ୍ତି କରୋନା ସମ୍ପର୍କିତ ଯେଉଁ ଭିଡ଼ିଓ ଠିକ୍ ତଥ୍ୟ ପ୍ରଦାନ କରିବ କେବଳ ସେହି ଭିଡ଼ିଓକୁ ହିଁ ରଖାଯିବ। ନଚେତ ସବୁ ଭିଡ଼ିଓକୁ ହଟାଇ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.