ଇଂଲିଶ୍ ଲେକଚରର୍‌ ମ୍ୟାଡାମ ଦେଇଥିଲେ ଡୁପ୍ଲିକେଟ୍ ସାର୍ଟିଫିକେଟ୍, ଆକ୍ସନ ପୂର୍ବରୁ ଚାକିରୀ ଛାଡି ଛୁ...

Published By : Prameya-News7 Bureau | May 13, 2021 IST

ଉଦଳା,୧୩/୦୫: ଜାଲ୍ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଦେଇ କରିଥିଲେ ଚାକିରୀ । ହେଲେ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ପରେ ଜାଲି ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଦଶେ ଦେଇଛି ବିଭାଗ । ଫେକ୍ ସାର୍ଟିଫିକେଟ୍ ଦେଇ ଚାକିରୀ କରିଥିବା ଅଧ୍ୟାପିକା ହେଲେ ଖୁଂଟା ଡିଗ୍ରୀ କଲେଜରେ କାର୍ଯ୍ୟ କରିଥିବା ଇଂରାଜୀ ଅଧ୍ୟାପିକା ଅଭିପ୍ସା ପଟ୍ଟନାୟକ ।

ଖବର ଅନୁସାରେ, ଖୁଂଟା ଡିଗ୍ରୀ କଲେଜରେ କାର୍ଯ୍ୟ କରିଥିବା ଇଂରାଜୀ ଅଧ୍ୟାପିକା ଅଭିପ୍ସା ପଟ୍ଟନାୟକ ନିଜର ପିଜି ପରୀକ୍ଷାର ମାର୍କସିଟରେ ଜାଲିଆତି କରିଥିଲେ । ଯାହାକି ଜାଲ ମାର୍କସିଟ୍‌ ଦେଇ ଚାକିରୀ କରିଥିବା ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା । ଏହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ଆସିଷ୍ଟାଣ୍ଡ ଡାଇରେକ୍ଟର ଅଶୋକ କୁମାର ନାୟକ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ତଥା ଖୁଂଟା ଡିଗ୍ରୀ କଲେଜ ପରିଚାଳନା କମିଟିର ସଭାପତିଙ୍କୁ ସଂପୃକ୍ତ ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ସଂପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛି ବିଭାଗ ।

ସଂପୃକ୍ତ ଅଧ୍ୟାପିକା ଖୁଂଟା ଡିଗ୍ରୀ କଲେଜରେ ଆଜିକୁ ପ୍ରାୟ ୧୧ ବର୍ଷ ହେବ କାର୍ଯ୍ୟ କରି ଆସିଥିଲେ । କିନ୍ତୁ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତରେ ତାଙ୍କର ଜାଲିଆତି ଜଣାପଡିବା ପରେ ଅଧ୍ୟାପିକା ଅଭିପସା ନିଜ ଆଡୁ ଚାକିରୀରୁ ଇସ୍ତଫା ଦେଇ ସାରିଥିବା ଜଣାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.