Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଟଙ୍କା ଦିଅ ସାର୍ଟିଫିକେଟ ନିଅ : ଉଦଳାରେ ମିଳୁଛି ଜାଲ ସାର୍ଟିଫିକେଟ

16/09/2019 at 3:30 PM

ମୟୁରଭଞ୍ଜ ୧୬/୯: ଟଙ୍କା ଦିଅ ସାର୍ଟିଫିକେଟ ନିଅ । ଟଙ୍କା ଦେଲେ ଉଦଳାରେ ବେଧଡକ ଆପଣ ପାଇପାରିବେ ସାର୍ଟିଫିକେଟ । ତାହା ପୂଣି ଆଲହାବାଦ ଅଂଚଳର ସାର୍ଟିଫିକେଟ । ନିୟୁଜ ୭ ଅନୁସନ୍ଧାନରେ ହାତରେ ଲାଗିଛି ଅନେକ ଜାଲ ସାର୍ଟିଫିକେଟ । 

ଉଦଳାରେ ବୁଲୁଛି ଜାଲ ସାର୍ଟିଫିକେଟ । ଟଙ୍କା ଦେଲେ ମିଳିଯାଉଛି ବିଭିନ୍ନ ଅନୁଷ୍ଠାନର ସାର୍ଟିଫିକେଟ । ନିୟୁଜ ୭ ଅନୁସନ୍ଧାନ ପରେ ନିୟୁଜ ୭ ଟିମ୍ ହାତରେ ଲାଗିଛି ଏପରି ଅନେକ ଜାଲ୍ ସାର୍ଟିଫିକେଟ । ତେବେ ସବୁଠାରୁ ଅଧତ୍କ କାୟା ବିସ୍ତାର କରିଛି ହିନ୍ଦୀ ସାହିତ୍ୟ ସମ୍ମେଳନ ଆଲହାବାଦର ସାର୍ଟିଫିକେଟ । ଯାହାକି ନିୟୁଜ ୭ ଅନୁସନ୍ଧାନରେ ମିଳିଥତ୍ବା ସାର୍ଟିଫିକେଟ ଗୁଡିକ ୨୦୦୭ ଏବଂ ୨୦୦୮ ମସିହାର ବୋଲି ଜଣାଯାଇଛି । ଏହାସହିତ ଏହି ସାର୍ଟିଫିକେଟରେ ଦର୍ଶ।ଯାଇଛି ଯେ, ଉଦଳା ଥାନା ରଙ୍ଗମାଟିଆ ଠାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟରେ ଏହି ପରୀକ୍ଷା ହୋଇଛି ।

ଏହି ସବୁ ସାର୍ଟିଫିକେଟ ହିନ୍ଦୀ ସାହିତ୍ୟ ସମ୍ମେଳନର ହୋଇଥିବାବେଳେ ପ୍ରଥମା ସାର୍ଟିଫିକେଟ୍ ଅଟେ । ଲାଲ ମୋହନ ସଂସ୍କୃତ ମହାବିଦ୍ୟାଳୟଟି ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ, ପୁରୀ ଅଧୀନରେ ପରିଚାଳିତ ହେଉଥିବାବେଳେ ଉକ୍ତ ମହାବିଦ୍ୟାଳୟ କେବଳ ଯୁକ୍ତ ଦୁଇ ବିଷୟରେ ଶିକ୍ଷାଦାନ କରୁଛି ।

ତେବେ ସେଠାରେ ଏହି ଜାଲ ସାର୍ଟିଫିକେଟଧାରୀଙ୍କ ପରୀକ୍ଷା କିପରି କରାଗଲା ଏବଂ ଏହି ସାର୍ଟିଫିକେଟ ପ୍ରଦାନ କରାଯିବା ପୁରା ଜାଲ କାରବାରର ଗୁମର ଫିଟାଇଛି । ସବୁଠାରୁ ବଡ କଥା ହେଲା, ହିନ୍ଦୀ ସାହିତ୍ୟ ସମ୍ମେଳନର ଏହି ସାର୍ଟିଫିକେଟ ନିମନ୍ତେ ଯୁବକ ଯୁବତୀଙ୍କ ନିକଟରୁ ୨୦ ରୁ ୪୦ ହଜାର ପର୍ଯ୍ୟନ୍ତ ଟଙ୍କା ନିଆଯାଉଛି । ତେବେ ଏହି ଜାଲ ସାର୍ଟିଫିକେଟରେ ଲାଲ ମୋହନ ସଂସ୍କୃତ ମହାବିଦ୍ୟାଳୟର ସଂପୃକ୍ତି ରହିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।  

   Related Posts