ଏଲଆଇସି ଅଫିସରେ ମିଳୁଛି ଜାଲ ସାର୍ଟିଫିକେଟ: ଯାହାର ପର୍ଦ୍ଦାଫାସ କଲା ନ୍ୟୁଜ୍ ସେଭେନ୍

Published By : Prameya-News7 Bureau | December 04, 2018 IST

ପଟାମୁଣ୍ଡାଇ ୪|୧୨: ଜଣେ ଏଲଆଇସି  କର୍ମଚାରୀ ଯୋଗାଉଛନ୍ତି  ସ୍କୁଲ  ଲିଭିଙ୍ଗ ସାର୍ଟିଫିକେଟ୍ , ହେଲଥ ସାର୍ଟିଫିକେଟ୍ , ଫିଟିନେସ୍  ସାର୍ଟିଫିକେଟ୍  ଭଳି ରକମରକମ ସାର୍ଟି ଫିକେଟ୍  ।  ଏସବୁ ମାତ୍ର  ୫୦ କିମ୍ବା ୧୦୦ଟଙ୍କା ଖର୍ଚ୍ଚରେ ଆପଣ  ହାସଲ କରିପାରିବେ ।  କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ଏଲଆଇସି ଅଫିସରେ ଜଣେ କର୍ରମଚାରୀ   ଏଭଳି ରାକେଟ୍  ଚଳାଇଥିବା ଅଭିଯୋଗ ହୋଇଛି ।  ଯାହାର  ପର୍ଦ୍ଦାଫାସ କରିଛି ନ୍ୟୁଜ୍  ସେଭେନ୍  ଟିମ୍  । ଏଲଆଇସି ଅଫିସରେ ମିଳୁଛି ସ୍କୁଲ୍  ଲିଭିଙ୍ଗ୍ ସାର୍ଟିଫିକେଟ୍।  କେବଳ ସେତିକି ନୁହେଁ ମାତ୍ର ୫୦ରୁ ୧୦୦ଟଙ୍କା ଦେଲେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ  ସ୍ଥିତ ଏଲ ଆଇସି ମୁଖ୍ୟାଳୟରୁ  ଆପଣ ହେଲଥ୍ ସାର୍ଟିଫିକେଟ୍ , ଫିଟନେସ୍  ସାର୍ଟିଫିକେଟ୍ ଭଳିକି ଭଳି ସାର୍ଟିଫିକେଟ ଚଟାଚଟ ଫଟାଫଟ ମିଳିଯାଉଛି। ଏଭଳି ନକଲି ସାର୍ଟିଫିକେଟ୍  ଯୋଗାଉଥିବା ବ୍ୟକ୍ତି ଜଣକ ପୁଣି ଜଣେ ଅଫିସ କର୍ମଚାରୀ । ଏକ ସରକାରୀ ସଂସ୍ଥାରେ ଏଭଳି ଗୋଲକ ଧନ୍ଧାକୁ ନେଇ ଲୋକେ ପ୍ରଶ୍ନ ଉଠାଇଲେଣି । ନୂଆ ପଲିସ୍ କରିବାକୁ ଏହି ଅଫିସ ଆସୁଥିବା  ଗ୍ରାହକମାନେ  କିଛି ପ୍ରମାଣ ପତ୍ର ନଆଣିଲେ ବି ଚଳିବ ।  କାରଣ ବାବୁଙ୍କ ପାଖରେ ସବୁକିଛି ଆଭେଲେବଲ ।  ଗ୍ରାହକଙ୍କୁ  ଯୋଗାଇ ଦିଆଯାଉଥିବା  ସାର୍ଟିଫିକେଟ୍  ଯାଞ୍ଚ କରିବା ପରେ ଶାଖା ପରିଚାଳକ ମଧ୍ୟ ବଣ୍ଡ ଇସ୍ୟୁ ଠାରୁ ଆରମ୍ଭ କରି ଟଙ୍କା ପାସ  ସବୁକିଛି ପାଇଁ ଅନୁମତି  ଦେଉଛନ୍ତି ।  ପ୍ରଶ୍ନ ଉଠୁଛି  ଏଭଳି ୪୨୦ କାର୍ଯ୍ୟ  ଶାଖା ପରିଚାଳକଙ୍କ ଜାଣତରେ ହେଉନି ତ ? ସଂସ୍ଥାର କର୍ମଚାରୀ ମାନେ ଗ୍ରାହକଙ୍କୁ ଜାଲ୍  ସାର୍ଟିଫିକେଟ୍  ଯୋଗାଇବା ଭଳି  ଗୋଲକ ଧନ୍ଧାରେ ଲିପ୍ତ ରହିବା ନେଇ କର୍ମଚାରୀଙ୍କ ବିଶ୍ବସନୀୟତା ଉପରେ ଉଠିଛି ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.