Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନକଲି ସିମେଣ୍ଟ ତିଆରି କାରଖାନା ଠାବ, ଜଣେ ଗିରଫ

17/11/2019 at 2:19 PM

ଚୌଦ୍ବାର ୧୭।୧୧: କଟକ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳିରେ ଚାଲିଥିବା ଏକ ନକଲି ସିମେଣ୍ଟ ତିଆରି କାରଖାନାକୁ ଠାବ କରିଛି ପୋଲିସ । ବିପୁଳ ପରିମାଣର ସିମେଣ୍ଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ମଙ୍ଗୁଳିରେ ଚାଲିଥିବା ନକଲି ସିମେଣ୍ଟ କାରଖାନାରେ ଠାବ କରିଛି ପୋଲିସ । ଏଠାରେ ବିଭିନ୍ନ ନାମୀ ଦାମୀ କମ୍ପାନୀ ପ୍ୟାକେଟରେ ନକଲି ସିମେଣ୍ଟ ଭର୍ତ୍ତି କରି ବିକ୍ରି କରାଯାଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉରେ ବିପୁଳ ପରିମାଣର ସିମେଣ୍ଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଗୋଟିଏ ପିକଅପ୍ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ ।

ଟାଙ୍ଗି ଥାନାର ମଙ୍ଗୁଳି ଆଉଟ ପୋଷ୍ଟରୁ ମାତ୍ର ଦୁଇ ଶହ ମିଟର ଦୂରରେ ଚାଲୁଥିଲା ଏହି ସିମେଣ୍ଟ କାରଖାନା । ଗତ ଦୁଇ ବର୍ଷ ତଳେ ପୋଲିସ ଏହି ସ୍ଥାନରେ ଚଢାଉ କରି ଟାଙ୍ଗି ପୋଲିସ ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଥିଲା। ପୁଣି ସମାନ ଜାଗାରେ ସେହି କାରବାର ଚାଲୁଥିବା ଜଣାପଡିବା ପରେ ପୋଲିସର ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts