Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସକାଳୁ ସକାଳୁ ବିମାନ ବନ୍ଦରକୁ ଆସିଲା ଫୋନ, ଦିଲ୍ଲୀ-ପାଟଣା ବିମାନରେ ଅଛି ବୋମା, ତାପରେ…

14/06/2021 at 6:15 PM

ନୂଆଦିଲ୍ଲୀ, ୧୩ /୦୬ : ଦିଲ୍ଲୀରୁ ପାଟଣା ଯିବାକୁ ଥିବା ଏକ ବିମାନରେ ବିସ୍ପୋରକ ଥିବା ଏକ ଫୋନ କଲ ଆସିବା ପରେ ବିମାନ ବନ୍ଦର ସୁରକ୍ଷାରେ ଥିବା କର୍ମଚାରୀଙ୍କ ମଧ୍ୟରେ ଆଶଙ୍କା ଖେଳି ଯାଇଛି l ବିମାନରେ ବସିଥିବା ଲୋକଙ୍କୁ ସଙ୍ଗେ ସଙ୍ଗେ ଓହ୍ଲାଇ ଦିଆଯାଇଛି l ଏପରି ଜରୁରୀକାଳୀନ ପରିସ୍ଥିତିରେ ବିମାନବନ୍ଦର ପକ୍ଷରୁ ପୋଲିସ କଣ୍ଟ୍ରୋଲ ରୁମରୁ କିଏ ଫୋନ କରିଥିଲା ସେ ନେଇ ଯାଞ୍ଚ କରାଯାଇଥିଲା l

ସ୍ପାଇସ ଜେଟ ବିମାନରେ ବିସ୍ପୋରକ ଥିବା ସୂଚନା ଦେଇଥିବା ଯୁବକଙ୍କ ପରିଚୟ ମିଳିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି l ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ ଫୋନ କରିଥିବା ଯୁବକଙ୍କ ମାନସିକ ସନ୍ତୁଳନ ଠିକ ନାହିଁ ଏବଂ ସେ ତାଙ୍କ ବାପାଙ୍କ ସହ ଚିକିତ୍ସା ପାଇଁ ଦିଲ୍ଲୀରୁ ପାଟଣା ଯାଉଥିଲେ l ତଥାପି ବିମାନ ବନ୍ଦରରେ ଯାଞ୍ଚ କଡ଼ାକଡି କରାଯାଇଛି l

ସୂଚନା ଅନୁସାରେ ସୋମବାର ସକାଳୁ ୭. ୫o ସମୟରେ ଦିଲ୍ଲୀ କଣ୍ଟ୍ରୋଲ ରୁମରୁ ଏହି ପରି ଏକ କଲ ବିମାନବନ୍ଦରକୁ ଆସିଥିଲା l ଯେଉଁଥିରେ ସ୍ପାଇସ ଜେଟର ଏକ ବିମାନରେ ବମ ଥିବା ଚେତାବନୀ ଦିଆଯାଇଥିଲା l ଏହି ବିମାନରେ ୪୮ ଯାତ୍ରୀ ରହିଥିଲେ l ଯେଉଁମାନଙ୍କୁ ଏହି କଲ ଆସିବା ପରେ ବିମାନରୁ ବାହାର କରାଯାଇଥିଲା l ତେବେ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପରେ ବିମାନରେ ବମ ଥିବା ସୂଚନା ଠିକ ନଥିଲା l

   Related Posts