Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ମୋବାଇଲ ଫୋନ ଅର୍ଡର ରଖି ଡେଲିଭର କରୁଥିଲେ ସାବୁନ: ନକଲି କଲ୍ ସେଣ୍ଟରରେ ଚଢ଼ଉ, ୪୬ ମହିଳାଙ୍କ ସମେତ ୫୩ ଗିରଫ

27/10/2021 at 5:25 PM

ନୂଆଦିଲ୍ଲୀ ୨୭/୧୦ : ଦିଲ୍ଲୀ ପୋଲିସ ରୋହିଣୀ ଅଞ୍ଚଳରୁ ଏକ ଗ୍ୟାଙ୍ଗର ପର୍ଦାଫାଶ କରିଛି ଯେଉଁମାନେ ଫେକ କଲ ସେଣ୍ଟର ଜରିଆରେ କମ୍ ଟଙ୍କାରେ ମୋବାଇଲ ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ଅର୍ଡର ରଖୁଥିଲେ ଓ ମୋବାଇଲ ବଦଳରେ ସାବୁନ ପଠାଇ ଦେଉଥିଲେ। ଏହି ଗ୍ୟାଙ୍ଗର ୫୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରs ୪୬ ଜଣ ମହିଳା ଥିଲେ।

ଡେପୁଟି ପୋଲିସ କମିଶନର ପ୍ରଣବ ତାୟଲଙ୍କ କହିବାନୁଯାୟୀ, ଅଭିଯୁକ୍ତମାନେ ଦୁଇଟି କଲ ସେଣ୍ଟର ଚଲାଉଥିଲେ। ସେମାନେ ନିଜକୁ ଡାକ ବିଭାଗ ଅଧିକାରୀ କହି ଲୋକଙ୍କୁ ଫୋନ କରୁଥିଲେ। ପୋଲିସ କହିଛି ଯେ ଡାକ ବିଭାଗର ଜଣେ କର୍ମଚାରୀ ଏହି କଲ ସେଣ୍ଟରର ରିଙ୍ଗ ମାଷ୍ଟର ଥିଲା। ଏହି ରାକେଟ ଅନେକ ରାଜ୍ୟରେ ନିଜର କାରବାର ଚଲାଇଥିଲା ଓ ଲୋକଙ୍କୁ ଟାର୍ଗେଟ କରୁଥିଲା।

ପୋଲିସ କହିବାନୁସାରେ ଏହି ଗ୍ୟାଙ୍ଗ ଲୋକଙ୍କୁ ପ୍ରଲୋଭନ ଦେଖାଉଥିଲା ଯେ କମ ସମୟ ପାଇଁ ଅଫର ଦିଆଯାଇଛି ଯେ ୧୮ ହଜାର ଟଙ୍କାର ଦୁଇଟି ମୋବାଇଲ ଫୋନ ମାତ୍ର ୪୫୦୦ ଟଙ୍କାରେ ମିଳିବ। ଅଫର ଦେଖିବା-ଶୁଣିବାକୁ ସତ ଭଳି ଲାଗିବ ବୋଲି ଗ୍ୟାଙ୍ଗ ଭାରତୀୟ ଡାକ ବିଭାଗ ଜରିଆରେ ଲୋକଙ୍କୁ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ପଠାଇଥିଲା। ଗ୍ୟାଙ୍ଗ କ୍ୟାସ୍ ଅନ୍ ଡେଲିଭରି ଅପ୍ସନ ମଧ୍ୟ ଦେଉଥିଲା ଯେପରି କେହି ସନ୍ଦେହ ନ କରନ୍ତୁ। ଯେଉଁମାନେ ଅଫରରେ ରାଜି ହେଉଥିଲେ ସେମାନଙ୍କୁ ଶସ୍ତା ସାବୁନ, ପର୍ସ କିମ୍ବା ବେଲ୍ଟ ପଠାଇ ଦେଇଥିଲେ।

ପୋଲିସ ସୂଚନା ଅନୁଯାୟୀ, ରୋହିଣୀ ଅଞ୍ଚଳରେ ଦୁଇଟି ଅଫିସ ଥିଲା ଯେଉଁଠି ଏହି ରାକେଟ ଚାଲିଥିଲା। ପୋଲିସ ଚଢ଼ଉ କରି ୬ଟି କମ୍ପ୍ୟୁଟର, ଗୋଟିଏ ବାର କୋଡ଼ ସ୍କାନର, ୨ଟି ବାର କୋଡ଼ ବଂଡଲ, ୫ଟି ମୋଡେମ, ୮୬ଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ ଜିନିଷ ଜବତ କରିଛି।

   Related Posts