Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଭୂତି ଲଗାଇ ଠକୁଥିବା ୩ଠକ ଗିରଫ

8/12/2019 at 1:57 PM

ଚନ୍ଦ୍ରଶେଖରପୁର ୮/୧୨: ଲୋକଙ୍କୁ ଗ୍ରହଶାନ୍ତି ନାଁରେ ଭୂଆଁ ବୁଲାଇ ଲୁଟୁଥିବା ୩ ଭଣ୍ଡବାବାକୁ ନିସ୍ତୁକ ମାଡମାରି ପୁଲିସ ଜିମା ଦେଇଛନ୍ତି ଡମଣା ବସ୍ତିବାସିନ୍ଦା । ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ୩ ଭଣ୍ଡବାବା ତାରିଣୀ ବସ୍ତିରେ ପହଞ୍ଚିଥିଲେ । ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ କହିଥିଲେ ତୁମର ଏବେ ବେଳ ଖରାପ ପଡିଛି । ଆଗକୁ ବଡ ବିପଦ ଆସୁଛି । ଯାହାର ପ୍ରତିକାର ନିହାତି ଦରକାର। ସେ ବ୍ୟକ୍ତି ଜଣଙ୍କ ବିବ୍ରତ ହୋଇ ଏହାର ପ୍ରତିକାର ପାଇଁ କହିଥିଲେ । ୩ ଭଣ୍ଡବାବା କହିଥିଲେ ଏଥିପାଇଁ ତୁମକୁ ଗ୍ରହଶାନ୍ତି ପୂଜା କରିବାକୁ ପଡିବ । ଏଥିପାଇଁ ସମସ୍ତ ଆୟୋଜନ କରିଥିଲେ ବ୍ୟକ୍ତି ଜଣଙ୍କ । ପୂଜା କରିବା ପାଇଁ ଟଙ୍କା ସହିତ କିଛି ଗହଣା ରଖିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ସମସ୍ତ ସାମଗ୍ରୀ ରଖିବା ପରେ ତାଙ୍କୁ ବିଭୂତି ଛିଞ୍ଚି ଅଚେତ କରିଦେଇଥିଲେ ୩ ଭଣ୍ଡ ବାବା ।

ବ୍ୟକ୍ତି ଜଣଙ୍କ ଅଚେତ ହେବା ପରେ ୩ ଭଣ୍ଡ ବାବା ଟଙ୍କା ଓ ସୁନା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏ ବିଷୟରେ ଅନ୍ୟ ଲୋକମାନେ ଜାଣି ପାରି ୩ ଭଣ୍ଡ ବାବାକୁ ପିଛା କରିଥିଲେ । ଡମଣାରେ ଥିବା ଏକ ବସ୍ତିର ସମାନ ଉପାୟରେ ଲୋକଙ୍କୁ ଚୂନ ଲଗାଉଥିବା ବେଳେ ବସ୍ତିବାସିନ୍ଦା ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ । ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଡାକି ୩ ଭଣ୍ଡବାବାକୁ ଜିମା ଦେଇଥିଲେ । ପୁଲିସ ଅଟକ ରଖି ସେମାନଙ୍କୁ ପଚରାଉଚରା କରୁଛି ।

ପ୍ରକାଶ ଥାଉକି ତିନି ମାସ ପୂର୍ବରୁ ହାଉସିଂ ବୋର୍ଡ,ପଟିଆରେ ମଧ୍ୟ ସମାନ୍‌ ଢଙ୍ଗରେ ଲୁଟି ନେଇଥିଲେ କିଛି ଭଣ୍ଡ ବାବା । ହାଉସିଂବୋର୍ଡରେ ଆଇନଜୀବୀ ସମରେନ୍ଦ୍ର ସାହୁଙ୍କ ଠାରୁ ୩୪୦୦୦ ହଜାର ଟଙ୍କା ଲୁଟି ନେଇଥିବା ବେଳେ ପଟିଆରେ ଏକ ଦୋକାନରୁ ୧୦୦୦ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ ।

   Related Posts