ରାଜଧାନୀରେ ବଙ୍ଗୀୟ ଯୁବତୀଙ୍କ ଭିଡ଼: ସେକ୍ସ ରାକେଟ୍‌ ପାଇଁ ତିଆରି ହେଉଛି ନକଲି ଆଧାର କାର୍ଡ

Published By : Prameya-News7 Bureau | January 22, 2020 IST

ଭୁବନେଶ୍ବର୨୨/୧: ମଙ୍ଗଳବାର ଲିଙ୍ଗରାଜ ଥାନା ଅଧିନ ରଥଗଡା ସାହିରୁ ସେକ୍ସ ରାକେଟ୍‌ ଧରା ପଡିବା ପରେ  ଏବେ ତନାଘନା ଚଳାଇଛି ଏସଟିଏଫ୍। ଉଦ୍ଧାର ହୋଇଥିବା ଯୁବତୀମାନଙ୍କ ମଧ୍ୟରୁ ୪ଜଣ ବାଙ୍ଗାଲାଦେଶୀ ବୋଲି ଚିହ୍ନଟ କରି ସାରିଛି ଏସଟିଏଫ୍ । ଅନ୍ୟପଟେ ଏଥିରେ କିଛି ନାବାଳିକା ଥିବା ମଧ୍ୟ ସଂଦେହ କରୁଛି ତଦନ୍ତକାରୀ ଦଳ।

ରାଜଧାନୀରେ ଥିବା ପ୍ରାୟ ୨୦ରୁ ଅଧିକ ବାଙ୍ଗାଲାଦେଶୀ  ଦେହଜୀବିଙ୍କ ମଧ୍ୟରୁ ଏସଟିଏଫ୍ ହାବୁଡରେ ମାତ୍ର ୬ ଜଣ । ତେବେ ଅନ୍ୟ ଯୁବତୀ ମାନେ ଗଲେ କୁଆଡେ । ଯାହାର ଅତ୍ତାପତ୍ତା ଯାଣିବା ପାଇଁ ପ୍ରୟାସ ଚଳାଇଛି ଏସଟିଏଫର ସ୍ବତନ୍ତ୍ର ଟିମ୍ ।ଗତ କିଛିଦିନ ତଳେ ଜଣେ ବାଙ୍ଗାଲାଦେଶୀ ଯୁବତୀ ନ୍ୟୁଜ୭କୁ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ। ସେହି ଯୁବତୀ ଅଞ୍ଜଳି ନାମକ ମହିଳାଙ୍କ ନାଁ ପ୍ରକାଶ କରିଥିଲେ । ଆଉ ମଙ୍ଗଳବାର ଯେଉଁ ଅଞ୍ଜଳୀ ନାମକ ମହିଳା ଧରା ପଡିଛନ୍ତି ସେ ସେହି ମହିଳା ।

ଯଦି ୬ଜଣ ଧରା ହେଲେ ତେବେ ଅନ୍ୟମାନେ ଏବେ କେଉଁଠି । ଯାହାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚର ଏସଟିଏଫ୍। କେବଳ ସେତିକି ନୁହେଁ ଧରାପଡିଥିବା ପିପିଲି ଅଞ୍ଚଳର ଶେଖ ଇବ୍ରାହିମର ଘର ଓ ଯୁବତୀ ମାନଙ୍କ ନକଲି ଆଧାର କାର୍ଡ ତିଆରି କରାଯାଉଥିବା ଘର ଉପରେ ମଧ୍ୟ ଚଢାଉ କରାଯାଇଛି ।

ତେବେ ଏ ସବୁର ଚେର ଲମ୍ବିଛି ସୁଦୁର ପଶ୍ଚିମବଙ୍ଗକୁ । ବାଙ୍ଗାଲାଦେଶରୁ ବିଲା ପାସପୋର୍ଟରେ ଫଶ୍ଚିମବଙ୍ଗକୁ ଆସିବା ପରେ ସେମାନଙ୍କର ନକଲି ଆଧାରକାର୍ଡ ତିଆରି ହେଉଥିଲା । କେବଳ ପିପିଲିରେ ନୁହେଁ ପଶ୍ଚିମବଙ୍ଗଳାରେ ମଧ୍ୟ ସେମାନଙ୍କର ନକଲି ପରିଚୟ ପତ୍ର ତିଆରି କରି ଓଡିଶା ଆସୁଥିଲେ ଏମାନେ ।

ସେପଟେ ଲକ୍ଷ୍ମସାଗର ଥାନା ପୋଲିସ ଆଜି ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗରେ ପ୍ରଶାନ୍ତ ପରିଡା ନାମକ ଯୁବକକୁ ଗିରଫ କରି ପଚରାଉଚାରା ଚଳାଇଛି। କାରଣ ପ୍ରଥମେ ହିଁ ଲକ୍ଷ୍ମୀସାଗର ଥାନାରେ ଜଣେ ବାଙ୍ଗାଲାଦେଶୀ ଯୁବତୀ ନକଲି ଆଧାରକାର୍ଡ ଦେଖାଇ ଗିରଫ ହୋଇଥିଲେ। ଆଉ ତଦନ୍ତ ପରେ ପ୍ରଶାନ୍ତ ମଧ୍ୟ ବାଙ୍ଗାଲାଦେଶରୁ ଯୁବତୀ ଆଣି ଏଠାରେ ଦେହ ବ୍ୟବସାୟ ଚଳାଇଥିବା ସୁଚନା ଥିଲା ।

ଏମାନଙ୍କ ବ୍ୟତୀତ ରାଜୁ  ଦେବା ଓ ନାମକ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚାରା କରାଯାଉଛି । ତେବେ ଏହି ଦେହ ବ୍ୟବସାୟ ରାଜଧାନୀରେ ଏକ ବ୍ୟାଧି ରୁପ୍ ମାଡି ଚାଲିଥିବା ବେଳେ କାହିଁକି କମିସନରେଟ୍ ପୋଲିସ ଆଗରୁ ଏଥିରେ ନଜର ପକାଉ ନ ଥିଲା ।

ତେବେ ଏସଟିଏଫ କଣ ରାଜଧାନୀରେ ରହିଥିବା ଅନ୍ୟ ବାଙ୍ଗାଲାଦେଶୀ ଯୁବତୀ ମାନଙ୍କୁ ଠାବ କରିପାରିବ। ଆଉ ସେମାନଙ୍କୁ ଉଦ୍ଧାର କରି ସେମାନଙ୍କ ଦେଶକୁ ପଠାଇବାର ବ୍ୟସ୍ଥା କରିବ। ଇବ୍ରାହିମ ଓ ଅଞ୍ଜଳି ଚଳାଇଥିବା ସେକ୍ସ ରାକେଟ୍ ଆଉ କେଉଁ କେଉଁ ଦଲାଲ୍ ତାକୁ ସହଯୋଗ କରୁଥିଲେ ସେମାନଙ୍କ ପର୍ଯ୍ୟନ୍ତ ପହଁଞ୍ଚି ପାରିବ ତ ଏସଟିଏଫ୍?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.