ଆଇପିଏସ୍‌ ଅଫିସର ଅନୁପ ସାହୁଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିଲେ ଦୁର୍ବୃତ୍ତ: ଫେସ୍‌ବୁକ ଆକାଉଣ୍ଟରୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ଗ୍ରହଣ ନ କରିବାକୁ କଲେ ଅନୁରୋଧ

Published By : Prameya-News7 Bureau | October 11, 2020 IST

 ଭୁବନେଶ୍ବର୧୧/୧୦: ସୋସିଆଲ ମିଡିଆରେ ମାତିଛନ୍ତି ସାଇବର ଲୁଟେରା।   ଆଇପିଏସ୍ ଅଫିସର ତଥା ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ମାଗୁଛନ୍ତି ଟଙ୍କା।  ଏନେଇ ଡିଆଇଜି ଅନୁପ ସାହୁ ଖୋଦ୍‌ ଏହି ସୂଚନା ଦେଇଛନ୍ତି।

{"id":342418,"sizeSlug":"large"}

ଏହି ଫେସ୍‌ବୁକ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁଷ୍ଟ ଗ୍ରହଣ ନ କରିବାକୁ ଅନୁରୋଧ  କରିଛନ୍ତି ଗୁଇନ୍ଦା ବିଭାଗ ଡିଆଇଜି। ମିଳିଥିବା ସୂଚାନା ଅନୁସାରେ କେହି ଦୁର୍ବୃତ୍ତ ଫେସବୁକରେ ଏହି ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ଏହି ଆକାଉଣ୍ଟର ପ୍ରୋଫାଇଲରେ ୟୁନିଫର୍ମରେ ଥିବା ଅନୁପଙ୍କ ଫଟୋ ମଧ୍ୟ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ଖୋଦ୍‌ ଜଣେ ଆପିଏସ୍ ନାଁରେ ଯଦି ଫେକ୍‌ ଆକାଉଣ୍ଟ ଖୋଲି ଦୁର୍ବୃତ୍ତମାନେ ଟଙ୍କା ମାଗୁଛନ୍ତି, ତେବେ ସାଧାରଣ ଲୋକଙ୍କ କଥା ଚିନ୍ତା କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.