Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଅଧିକ ଖୋଳତାଡ ପାଇଁ ଫୈଜଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେଲା ପୋଲିସ, ସୀମାଞ୍ଚଳ ନାୟକଙ୍କୁ କଷ୍ଟୋଡିରେ କରାଯିବ ଜେରା

5/12/2018 at 5:41 PM

ଢେଂକାନାଳ ୫|୧୨: ଢେଙ୍କାନାଳ ସେଲଟର୍ ହୋମ୍ କେଳେଙ୍କାରୀରେ ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସିବାରେ ଲାଗିଛି। ଦୁଇ ଦିନ ମାରାଥନ ଜେରା ପରେ ପୁଣି ଫୈଜ ରେହମ୍ମାନଙ୍କ ରିମାଣ୍ଡ ୨ ଦିନ ବଢ଼ିଛି। ଆଉ ଏହା ଭିତରେ ନାବାଳିକାଙ୍କୁ ଯୌନ ନିର୍ଯାତନାଠାରୁ ଆରମ୍ଭ କରି ବେଆଇନ ଧର୍ମାନ୍ତରୀକରଣ ଆଦି ପ୍ରସଙ୍ଗରେ ଗୁଡ଼େଇତୁଡ଼େଇ ପଚାରିଛି ପୋଲିସ। ସେପଟେ ଫୈଜଙ୍କ ବିଭିନ୍ନ ଡେରା ଉପରେ ଆଜି ବି ଚଢ଼ାଉ ଜାରି ରହିଛି।

ସାମ୍ନାକୁ ଆସିଛି ସେଲଟର ହୋମର ସତ । ଫଣ୍ଡିର ଫଣ୍ଡା ଓଗାଳିଛନ୍ତି ଫୈଜ ।  ଜେରା ବେଳେ ଗୁଡ୍ ନ୍ୟୁଜ୍ ଚେୟାରମ୍ୟାନ୍ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ ।  ବିନା ପଞ୍ଜୀକରଣରେ ଓଡ଼ିଶାରେ ଚାଲିଛି ଗୁଡ଼୍ ନ୍ୟୁଜ ସଂସ୍ଥା । କେବଳ ୧୯୯୪ରେ ପଶ୍ଚିମବଙ୍ଗ ସୋସାଇଟି ଆକ୍ଟରେ ପଂଜୀକୃତ ହୋଇଛି। ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲାର ସାଲେଗାଡିଆରେ ରହିଛି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ । ସଂସ୍ଥା ପାଇଁ ବିଦେଶରୁ ସିଧାସଳଖ ମୋଟା ଅଙ୍କର ଟଙ୍କା ଆସୁଥିବା ସ୍ବୀକାର କରିଛନ୍ତି ଫୈଜ । ବିଭିନ୍ନ ସୂତ୍ରରୁ ବର୍ଷକୁ ପ୍ରାୟ ୧୪-୧୫ କୋଟି ଟଙ୍କା ଆସେ ।  ଭୁବନେଶ୍ବର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ରହିଛି ସଂସ୍ଥାର ଆକାଉଣ୍ଟ ।  ଅଧିକ ଖୋଳତାଡ ପାଇଁ ଢେଙ୍କାନାଳ ପୋଲିସ ଫୈଜଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେଇଛି ।  ଅନ୍ୟତମ ଗିରଫ ଅଭିଯୁକ୍ତ ସୀମାଞ୍ଚଳ ନାୟକଙ୍କୁ କଷ୍ଟୋଡିରେ ଜେରା କରାଯିବ । ଏଥିପାଇଁ ଅନୁମତି ଦେଇଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟ । 

ଧର୍ମାନ୍ତରୀକରଣ ପ୍ରସଙ୍ଗରେ ମଧ୍ୟ ଫୈଜଙ୍କଠୁ ତଥ୍ୟ ଓଗାଳିଛି ପୋଲିସ । ଧର୍ମାନ୍ତରୀକରଣ କଥାକୁ ସ୍ବୀକାର କରିଛନ୍ତି ଫୈଜ। କିନ୍ତୁ ଗଣମାଧ୍ୟମରେ ଯେଉଁ ହୋଲି ଡିପ୍ ର ଭିଜୁଆଲ୍ ପ୍ରସାରିତ ହେଉଛି ତାହା ଓଡିଶାର ନୁହେଁ, ପଶ୍ଚିମବଙ୍ଗ ସାଲେଗାଡିଆର ବୋଲି କହିଛନ୍ତି ଫୈଜ । ଅର୍ଥାତ୍ ସେହିଠାରେ ହିଁ କରାଯାଉଥିଲା ଧର୍ମ ପରିବର୍ତ୍ତନ । ଫୈଜଙ୍କ ସୂଚନା ଆଧାରରେ ଏହାର ଯାଞ୍ଚ୍ ପାଇଁ ଏକ ପୋଲିସ ଟିମ୍‌ ପଶ୍ଚିମବଙ୍ଗ ଯିବ ବୋଲି ଢେଙ୍କାନାଳଏସ୍‌ପି କହିଛନ୍ତି । ଏହାସହ ମାଜିଷ୍ଟେ୍ରଟଙ୍କ ନିକଟରେ ସେଲଟର ହୋମ୍ ଅନ୍ତେବାସୀଙ୍କ ବୟାନ ରେକର୍ଡ କରାଯାଇଥିବା ଏସ୍ପି କହିଛନ୍ତି । ବେଲଟିକିରି ସେଲଟର ହୋମ୍ ରୁ ଉଦ୍ଧାର ହୋଇଥିବା ଅନ୍ତେବାସୀଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ଦୁଇ ଦିନ ମଧ୍ୟରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଦିଆଯିବ । ଜିଲ୍ଲାରେ ଆଉ ଯେପରି ଏଭଳି ଘଟଣାର ପୁନାରାବୃତ୍ତି ନଘଟେ ସେଥି ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ସୁନ୍ଦରଗଡ଼ ଲାଠିକଟା କୁଲାମୁଣ୍ଡାରେ ଚାଲିଥିବା ଗୁଡ୍ ନ୍ୟୁଜ ଇଣ୍ଡିଆ ସେଲଟର ହୋମ୍ ରେ ଛାନ୍ ଭିନ୍ କରିଛି ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟି । ଏଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜିଲ୍ଲାପାଳଙ୍କ ନିର୍ଦେଶରେ ଅନ୍ତେବାସୀ ଓ ଆଖପାଖ ଲୋକଙ୍କୁ ପଚରାଉଚରା କରାଯାଇଛି ।

   Related Posts