Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡ୍ରଗ୍ସ ଚାଲାଣକାରୀ ସହ ଗିରଫ ହେଲା ବିଶ୍ଵସ୍ଥ ମିଟୁ : କିନ୍ତୁ ପୋଲିସ ପଚରାଉଚୁରାରେ କହିଲାନି ପଦେ, ପୋଲିସ ପୋଲିସ କହି ମାଲିକକୁ କରୁଥିଲା ଆଲର୍ଟ

27/04/2019 at 1:19 PM

ପିୟାଉ ଷ୍ଟେଟ ୨୭/୪ : ଆପଣ ସଚ୍ଚୋଟ ପଶୁଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ | ଅନେକ ଗପ ମଧ୍ୟ ଶୁଣିଥିବେ | ତେବେ ପଶୁମାନଙ୍କ ମଧ୍ୟରେ କୁକୁର ସବୁଠାରୁ ସଚ୍ଚୋଟ ବୋଲି କୁହାଯାଏ | କୁକୁରକୁ ମଣିଷ ଠାରୁ ମଧ୍ୟ ଅଧିକ ବିଶ୍ଵସ୍ଥ ବୋଲି କୁହାଯାଏ | ସେଥିପାଇଁ ଲୋକେ ଘରେ କୁକୁର ପୋଷିବାକୁ ପସନ୍ଦ କରିଥାନ୍ତି | ଅସୁବିଧା ସମୟରେ କୁକୁର ମଣିଷକୁ ବହୁତ ସାହାଯ୍ୟ କରିଥାଏ | ପଶୁ କଥା ନ କହିପାରିଲେ ମଧ୍ୟ ତାଙ୍କ ଭିତରେ ଭାବନା ରହିଛି | ସେହି ଭାବନା ଯୋଗୁଁ ସେମାନେ ନିଜ ମାଲିକକୁ ଅସୁବିଧା ସମୟରେ ସାହାଯ୍ୟ କରିଥାନ୍ତି |


ତେବେ ବିଶ୍ୱସନୀୟତା ମାମଲାରେ କୁକୁର ଠାରୁ ମଧ୍ୟ ବିଶ୍ୱସନୀୟ ରହିଛି ଏକ ପକ୍ଷୀ | ଏହି ପକ୍ଷୀ ଆଉ କେହି ନୁହେଁ ଘରେ ପୋଷା ମାନାଯାଉଥିବା ମିଟୁ | ମିଟୁ ମଧ୍ୟ କୁକୁର ଠାରୁ ଅଧିକ ବିଶ୍ୱସନୀୟ |


ଏମିତି ଏକ ବିଶ୍ଵସ୍ଥ ମିଟୁକୁ ନେଇ ବ୍ରାଜିଲରେ ବହୁତ ଚର୍ଚ୍ଚା ହେଉଛି | ଉତ୍ତର ବ୍ରାଜିଲରେ ଏକ ବିଶ୍ଵସ୍ଥ ମିଟୁର କାରନାମା ଦେଖିବାକୁ ମିଳିଛି | ମିଟୁର କାରନାମା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ମିଟୁଟି ଏତେ ବିଶ୍ଵସ୍ଥ ଯେ, ନିଜ ମାଲିକ ବିରୋଧରେ ପଦେ ହେଲେ କଥା କହିଲାନି | ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ମିଟୁ ଚୁପ ରହିଲା | ଉତ୍ତର ବ୍ରାଜିଲରେ ବେଆଇନ ଡ୍ରଗ୍ସ କାରବାର ମାମଲାରେ ପୋଲିସ ଗୋଟିଏ ମିଟୁକୁ ଗିରଫ କରିଥିଲା |


ଡ୍ରଗ୍ସ ଚାଲାଣକାରୀ ମିଟୁକୁ ଏହିଭଳି ଭାବେ ଶିକ୍ଷା ଦେଇଥିଲେ ଯେ, ଯେତେବେଳେ ପୋଲିସ ଚଢ଼ାଉ କରିବାକୁ ଆସେ ମିଟୁ ପୋଲିସ ପୋଲିସ କହି ଚାଲାଣକାରୀଙ୍କୁ ଆଲର୍ଟ କରିଦେଉଥିଲା | ସୋମବାର ଦିନ ଏକ ପୋଲିସ ଟିମ ଡ୍ରଗ୍ସ ଚାଲାଣ ହେଉଥିବା ପିୟାଉ ଷ୍ଟେଟରେ ଚଢ଼ାଉ କରିଥିଲା | ଯେତେବେଳେ ପୋଲିସ ଚଢ଼ାଉ କରିଥିଲା, ସେତେବେଳେ ମଧ୍ୟ ମିଟୁ ନିଜ ମାଲିକକୁ ପୋଲିସ ପୋଲିସ କହି ଆଲର୍ଟ କରିଥିଲେ | କିନ୍ତୁ ଏତିକିବେଳେ ପୋଲିସ ପହଂଚିଗଲା ଓ ୨ ଚାଲାଣକାରୀଙ୍କୁ ଗିରଫ କରିଥିଲା | ପୋଲିସ କଥାକୁହା ମିଟୁକୁ ମଧ୍ୟ ଗିରଫ କରିଥିଲା | ମିଟୁକୁ ଗିରଫ କରି ପୋଲିସ ପଚରାଉଚୁରା କରିଥିଲା | କିନ୍ତୁ ମିଟୁ ଏବେ ପର୍ଯ୍ୟନ୍ତ ପଦେ ହେଲେ କଥା କହିନାହିଁ | ସେ ପୁରା ଚୁପ ରହିଛି |

   Related Posts