କରଣ ଜୋହରଙ୍କ ନାଁରେ ବିଷ ଓଗାଳିଲେ ଆମୀର ଖାନଙ୍କ ଭାଇ : କହିଲେ ‘କିପରି ପାର୍ଟିରେ ତାଙ୍କୁ କରିଥିଲେ ସମସ୍ତଙ୍କ ସାମନାରେ ଅପମାନିତ’
8/09/2020 at 5:25 PM

ମୁମ୍ବାଇ ୮/୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରଠୁ ହିଁ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ଲୋକଙ୍କୁ ରାଗର ଶିକାର ହେବାକୁ ପଡ଼ିଛି। ଲୋକେ ତାଙ୍କୁ ନେପୋଟିଜମ ବଂଶବାଦୀ ଆଦି ବିବାଦ ଆଡ଼କୁ ଟାଣିଛନ୍ତି। ଏହି ସମୟରେ ମିଷ୍ଟର ପରଫେକ୍ସନିଷ୍ଟ ନାଁରେ ଜଣାଶୁଣା ଅଭିନେତା ଆମୀର ଖାନଙ୍କ ଭାଇ ଫୈଜଲ୍ ଖାନ୍ କରଣ ଜୋହରଙ୍କୁ ନେଇ ନୂଆ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ କିପରି କରଣ ତାଙ୍କ ଭାଇ ଆମୀର ଖାନଙ୍କ ୫୦ତମ ଜନ୍ମଦିନ ପାର୍ଟିରେ ତାଙ୍କୁ ଅପମାନିତ କରିଥିଲେ।

ସେ କହିଥିଲେ ଯଦି ଆପଣଙ୍କ କାମ ଫ୍ଲପ୍ ହୋଇଯାଉଛି ତାହେଲେ କରଣ ଆପଣଙ୍କ ସହ ଭଲ ବ୍ୟବହାର କରନ୍ତି ନାହିଁ। ସେ ଆପଣଙ୍କ ଆଡ଼କୁ ଦେଖନ୍ତି ବି ନାହିଁ। ତାଙ୍କ ସହ ମଧ୍ୟ ଠିକ୍ ଏପରି ଘଟିଛି। ଏକ ସାକ୍ଷାତକାରରେ ଫୈଜଲ୍ କହିଛନ୍ତି ଯେ ତାଙ୍କ ଭାଇଙ୍କ ୫୦ତମ ଜନ୍ମଦିନ ପାର୍ଟିରେ କରଣ ସମସ୍ତଙ୍କ ସାମନାରେ ତାଙ୍କୁ ଅପମାନିତ କରିଥିଲେ।

ସେ ଅନ୍ୟ ଜଣଙ୍କ ସହ କଥା ହେଉଥିବାବେଳେ କରଣ ତାଙ୍କୁ ସେମାନଙ୍କ ସହ କଥା ହେବାରୁ ରୋକୁଥିଲେ। କରଣ ସେହି ବ୍ୟକ୍ତିଙ୍କୁ ଫୈଜଲଙ୍କ ପାଖରୁ ହଟାଇବାକୁ ଉଦ୍ୟମ କରିଥିଲେ। ଏହିପରି ଭାବେ କରଣ ତାଙ୍କୁ ପାର୍ଟିରେ ଅପମାନିତ କରିଥିଲେ। ଏପରି ଏକ ସମୟ ଆସିଥିଲା ଯେତେବେଳେ ଲୋକେ ତାଙ୍କୁ ନିଜ ଅଫିସ୍ ଯାଏଁ ନେଇ ଯିବାକୁ ମନା କରି ଦେଇଥିଲେ।

ଫୈଜଲ୍ ନେପୋଟିଜକୁ ନେଇ କହିଥିଲେ ଯେ ଇଣ୍ଡଷ୍ଟ୍ରିରେ ଶାହରୁଖ ଖାନ୍,ଅକ୍ଷୟ କୁମାର,ଆୟୁଷ୍ମାନ ଖୁରାନା,ରାଜ କୁମାର ରାଓ ଏପରିକି ସୁଶାନ୍ତ ସିଂହ ରାଜପୁତ ବାହାର ଜଗତରୁ ହୋଇ ମଧ୍ୟ ବେଶ୍ ନାଁ କମାଇଥିଲେ। ଇନସାଇଡର ହେବାର ଫାଇଦା ଏତିକି ଯେ କୌଣସି ଷ୍ଟାରକିଡଙ୍କୁ ଆରମ୍ଭରେ ଗୋଟିଏ କିମ୍ବା ଦୁଇଟି ଫିଲ୍ମରେ କାମ ମିଳିଯାଇଥାଏ। ଯଦି କାହାର ବାପା ନିର୍ମାତା ନିର୍ଦେଶକ ତେବେ ଆଉ ୨/୪ଟି ଅଧିକ ଫିଲ୍ମ ମିଳିଯାଇଥାଏ। କିନ୍ତୁ ଏହା ପରେ ସମସ୍ତଙ୍କୁ ନିଜ ପ୍ରତିଭା ଦେଖାଇବାକୁ ପଡ଼ିଥାଏ।