Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟପ୍ ଅର୍ଡରର ବିଫଳତା ବଢାଇଥିଲା ଧୋନୀଙ୍କ ଟେନସନ୍, ବିକଳରେ କାମୁଡିଥିଲେ ବ୍ୟାଟ୍

ଓଲ୍ଟ ଟ୍ରେଫର୍ଡ:  ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବୁଧବାର ଭାରତୀୟ ଟିମ୍ ର ଟପ ଅର୍ଡର ବିଲକୁଲ ବିଫଳ ହୋଇଛି। ଯାହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଧୋନୀଙ୍କ ଟେନସନ ବେଶ ବଢିଯାଇଥିଲା। ଡ୍ରେସିଂ ରୁମରେ ଧୋନୀ ଏତେ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ଯେ ସେ ବିକଳରେ ତାଙ୍କ ବ୍ୟାଟକୁ କାମୁଡୁଥିବାର ଦେଖା ଯାଇଛି। ନ୍ୟୁଜିଲ୍ୟାଣ୍ଡର ୨୪୦ ରନ ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା ଓପ୍ନର କେ.ଏଲ.ରାହୁଲ ଓ ରୋହିତ ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ରନ କରି ପ୍ୟାଭିଲିୟନକୁ ଫେରିଥିଲେ।

ପରେ ବ୍ୟାଟିଂ କରିବାକୁ ଯାଇ କ୍ୟାପ୍ଟେନ ବିରାଟ କୋହଲି ମଧ୍ୟ ଗୋଟିଏ ରନ କରି ଆଉଟ୍ ହେବା ଧୋନୀଙ୍କ ଉଦବେଗର କାରଣ ପାଲଟିଥିଲା। ତେବେ ଦିନେଶ କାର୍ତିକ ୬ରନରେ ଆଉଟ୍ ହେବା ପରେ ସମସ୍ତେ ଭାବିଥିଲେ ଧୋନୀ ବ୍ୟାଟିଂ କରିବାକୁ ଆସିବେ। ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖି ଦର୍ଶକେ ନିରାଶ ହୋଇଥିବା ବେଳେ ଟିଭି କ୍ୟାମେରା ଡ୍ରେସିଂ ରୁମ ଆଡକୁ ବୁଲିଥିଲା। ସେତେବେଳେ ଧୋନୀଙ୍କୁ ତାଙ୍କ ବ୍ୟାଟ୍ କାମୁଡୁଥିବାର ଦେଖାଯାଇଥିଲା। ଯାହା ଦର୍ଶକଙ୍କୁ ଅଧିକ ନିରାଶ କରିଥିଲା।

ପରେ କୋଚ୍ ରବି ଶର୍ମା ତାଙ୍କ ନିକଟକୁ ଯାଇ କିଛି କଥା ବାର୍ତ୍ତା ହେବା ପରେ ଧୋନୀଙ୍କ ଟେନସନ ସାମାନ୍ୟ ହାଲୁକା ହୋଇ ଥିଲା ଓ ପରବର୍ତ୍ତି ୱିକେଟ୍ ପତନ ସହ ପଡିଆକୁ ଓହ୍ଲାଇ ଦଳର ସ୍ଥିତିକୁ ସୁଧାର କରିଥିଲେ। ବେଶ୍ କାମ ଦେଖାଇଥିଲା ଧୋନୀଙ୍କ ବ୍ୟାଟ୍। ଫଳରେ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ସହ ଶତକ ଆଡକୁ ମୁହାଁଇବା ବେଳେ ନିଜର ବ୍ୟକ୍ତିଗତ ସ୍କୋରକୁ ଧୋନୀ ଅର୍ଦ୍ଧଶତକ ଆଡକୁ ମୁହାଁଇଥିଲେ। ତେବେ ଧୋନୀ ତାଙ୍କ ଲକ୍ଷ ପୁରଣ କରିବା ପୂର୍ବରୁ ଜଣକପରେ ଜଣେ ଲାଷ୍ଟ ଅର୍ଡର ବ୍ୟାଟସମ୍ୟାନ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିବା ଧୋନୀଙ୍କୁ ନିରାଶ କରିଥିଲା। ଶେଷରେ ଧୋନୀ ଅପରାଜେୟ ୪୯ ରନରେ ଅଟକି ଯାଇଥିଲେ।

553 Views

   ସମ୍ବନ୍ଧିତ ଖବର