Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଏକତରଫା ପ୍ରେମକରି ପ୍ରେମିକର ନରକୀୟ କାଣ୍ଡ, ଯୁବତୀଙ୍କୁ ପୋଡି ହତ୍ୟା ଉଦ୍ୟମ

21/08/2019 at 10:09 PM

ବାସୁଦେବପୁର ୨୧।୮– ଏକତରଫା ପ୍ରେମ କରି ପ୍ରେମିକର ନରକୀୟ କାଣ୍ଡ , ପ୍ରେମ କରୁଥିବା ଯୁବତୀଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଛି । ଏହି ଘଟଣା ବାସୁଦେବପୁର ନୂଆ ଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି ।
ସିଦ୍ଧାର୍ଥ ମଳିକନାମକ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲା । ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ବୁଧବାର ସନ୍ଧ୍ୟା ସମୟରେ ଯୁବତୀଙ୍କୁ ଏକୁଟିଆ ପାଇ ପ୍ରେମ ନିବେଦନ କରିଥିଲା । ମାତ୍ର ସେ ଏଥିରେ ଅରାଜି ହେବାରୁ ଏକ ମଟର ସାଇକେଲରୁ ପେଟ୍ରୋଲ କାଢି ଯୁବତୀଙ୍କୁ ପୋଡି ହତ୍ୟା ଉଦ୍ୟମ କରିଛି ।

ଏହାପରେ ଅଭିଯୁକ୍ତ ସିଦ୍ଧାର୍ଥ ଫେରାର ହୋଇଯାଇଛି । ଯୁବତୀଙ୍କ ଶରୀରର ଅଧିକାଂଶ ଅଂଶ ପୋଡିଯାଇଛି । ପୋଡିଯାଇଥିବା ଯୁବତୀଙ୍କ ପିତା ବୁଦ୍ଧିରାମ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୁରୁତର ଯୁବତୀଙ୍କୁ ପ୍ରଥମେ ବାସୁଦେବପୁର ପରେ କଟକ ମେଡିକାଲକୁ ଚିକିତ୍ସାପାଇଁ ସ୍ଥାନାନ୍ତର କରାଯାଇଛି ।

   Related Posts