ରାହୁଲଙ୍କୁ ନଡ୍ଡାଙ୍କ ତାତ୍ସଲ୍ୟ: 'ପ୍ରୋଜେକ୍ଟ ଆରଜି ରିଲଞ୍ଚ' ଏକ ଜବରଦସ୍ତ ବିଫଳତା

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ ୨୦।୦୭: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ନିଶାଣ କରୁଛନ୍ତି। ଏହାର ଜବାବରେ ଏବେ ବିଜେପି ଗାନ୍ଧୀ ପରିବାର ଉପରେ ବଡ ହମଲା କରିଛି। ବିଜେପି ରାଷ୍ଟ୍ରୀୟ ସଭାପତି କହିଛନ୍ତି ରାହୁଲ ଗାନ୍ଧୀ ଦେଶର ସଶସ୍ତ୍ର ଯବାନଙ୍କ ଶୌର୍ଯ୍ୟକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି। ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିବାକୁ କଂଗ୍ରେସ ନେତାଙ୍କ ସର୍ବଶେଷ ପ୍ରୟାସ କେବଳ "ପ୍ରକଳ୍ପ ଆରଜି ନିର୍ମାଣ"ର ବିଫଳ ସଂସ୍କରଣ ଛଡା ଆଉ କିଛି ନୁହେଁ।

ସେ କହିଛନ୍ତି ଆଜି ଆମେ ଆଉ ଏକ ‘ପ୍ରଜେକ୍ଟ ଆରଜି ରିଲଞ୍ଚ’ର ବିଫଳ ଦେଖିଲୁ। ରାହୁଲ ଗାନ୍ଧୀଙ୍କ ସର୍ବଦା ବାସ୍ତବ ତଥ୍ୟ ଉପରେ ଦୁର୍ବଳତା ରହିଛି। ପ୍ରତିରକ୍ଷା ଓ ବିଦେଶ ନୀତି ସମ୍ବନ୍ଧିତ ପ୍ରସଙ୍ଗରେ ରାଜନୀତିକରଣ ପାଇଁ କଂଗ୍ରେସ ସର୍ବଦା ପ୍ରୟାସ ଚଳାଇଛି। ୧୯୬୨ରେ ଗୋଟିଏ ଖାନଦାନ ଦ୍ଵାରା କରାଯାଇଥିବା ପାପ ସ୍ଵରୂପ ଦେଶକୁ ସଜା ମିଳିଛି ଏବଂ ଭାରତକୁ ଦୁର୍ବଳ କରିଛି।

wp:html /wp:html

ବିଜେପି ସଭାପତି ଟ୍ଵିଟ୍ କରି କହିଛନ୍ତି, ଗୋଟିଏ ପରିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶେଷ କରିବାକୁ ପ୍ରୟାସ ଚଳାଇ ଆସିଛି। ମାତ୍ର ଦୁଃଖର କଥା ପ୍ରଧାନମନ୍ତ୍ରୀ ସିଧାସଳଖ ୧୩୦ କୋଟି ଭାରତୀୟଙ୍କ ଜନଭାବନା ସହିତ ଜଡିତ ଅଛନ୍ତି। ସେ ଜନତାଙ୍କ ପାଇଁ କାମ କରୁଛନ୍ତି ଏବଂ ଜନତାଙ୍କ ପାଇଁ ବଞ୍ଚିଛନ୍ତି।  ନିକଟରେ ରାହୁଲ ସୀମା ବିବାଦ ସଂପର୍କିତ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ।

wp:html /wp:html

ସେନା କଥା ଶୁଣୁ ନାହାନ୍ତି, ଚୀନକୁ ମାନୁଛନ୍ତି

ବିଜେପି ସଭାପତି କହିଛନ୍ତି ସେ ଡୋକଲାମ ମାମଲା ହେଉ କି ଗଲଓ୍ଵାନ ମାମଲା ହେଉ, ନିକଟ ବର୍ଷରେ ରାହୁଲ ଭାରତୀୟ ସଶସ୍ତ୍ର ବଳ ଉପରେ ବିଶ୍ଵାସ କରିବା ପରିବର୍ତ୍ତେ ଚୀନ ପକ୍ଷରୁ ଦିଆଯାଉଥିବା ସୂଚନା ଉପରେ ଅଧିକ ରୁଚି ରଖୁଛନ୍ତି। କଣ ପାଇଁ ଗୋଟିଏ ପରିବାର ଭାରତକୁ ଦୁର୍ବଳ ଏବଂ ଚୀନକୁ ମଜବୁତ ଦେଖାଇବାକୁ ଚାହୁଁଛି ?  କଂଗ୍ରେସର ଅନେକ ନେତା ବଂଶର ଏହି ଛଳ କପଟକୁ ନାପସନ୍ଦ କରନ୍ତି।

ଚୀନ ୧୯୫୦ରୁ ଗାନ୍ଧୀ ପରିବାରରେ କରିଛି ନିବେଶ

ନଡ୍ଡା ଗୋଟିଏ ପରେ ଗୋଟିଏ ଟ୍ଵିଟ୍ କରି କହିଛନ୍ତି, ପ୍ରତିରକ୍ଷା ଓ ବିଦେଶ ନୀତି ସମ୍ବନ୍ଧିତ ପ୍ରସଙ୍ଗରେ ରାଜନୀତିକରଣ ପାଇଁ କଂଗ୍ରେସ ସର୍ବଦା ପ୍ରୟାସ ଚଳାଇଛି। ୧୯୬୨ରେ ଗୋଟିଏ ଖାନଦାନ ଦ୍ଵାରା କରାଯାଇଥିବା ପାପ ସ୍ଵରୂପ ଦେଶକୁ ସଜା ମିଳିଛି ଏବଂ ଭାରତକୁ ଦୁର୍ବଳ କରିବାର ହତାଶାକୁ ଦର୍ଶାଉଛି। ସେ ଅଭିଯୋଗ କରିଛନ୍ତି ୧୯୫୦ ଦଶନ୍ଧିଠୁ ଚୀନ ଏକ ଖାନଦାନରେ ରଣନୈତିକ ନିବେଶ କରିଛି, ଯାହାର ବଡ ଲାଭାଂଶ ମଧ୍ୟ ମିଳିଛି। ବିଜେପି ସଭାପତି କହିଛି ଏହାର ପରିଣାମସ୍ଵରୂପ ଚୀନ କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାର ଅମଳରେ ଭାରତୀୟ ଜମିକୁ କବଜା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.