Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ସାମ୍ନାକୁ ଆସିଲା ଆଗ୍ନେୟ ଉଦଗିରଣର ଭୟଙ୍କର ଫୁଟେଜ୍: ଡ୍ରୋନ୍ କ୍ୟାମେରାରେ ହୋଇଛି କଏଦ

27/11/2021 at 5:29 PM

ନୂଆଦିଲ୍ଲୀ ୨୭/୧୧ : ଆଇସଲ୍ୟାଣ୍ଡରୁ ଏକ ଫଟୋ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଅବାକ କରିଦେବ। ଏଠାରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଆଗ୍ନେୟ ଉଦଗିରଣ ହୋଇଥିଲା। ଏହି ଦୃଶ୍ୟ ଦେଖିବା ପରେ ସେଠାରେ ନିଆଁର ନଦୀ ବୋହିବା ଭଳି ଜଣାପଡୁଥିଲା। ଏହାର ଫଟୋ ଓ ଭିଡିଓ ସାରା ଦୁନିଆରେ ଭାଇରାଲ ହୋଇଥିଲା। ପୁଣିଥରେ ଏଠାରେ ସ୍ଥିତ ଫାଗ୍ରାଦାଉସଫିୟାକ ପାହାଡରେ ଥିବା ଆଗ୍ନେୟଗିରିର ଅତ୍ୟନ୍ତ ଭୟଙ୍କର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ଡ୍ରୋନ୍ କ୍ୟାମେରାରେ ନିଆଯାଇଛି।

ଏହି ଫୁଟେଜ ମୂଳତଃ ଫଟୋଗ୍ରାଫର ହୋରୁର କ୍ରିଷ୍ଟଲିଫସନଙ୍କ ଦ୍ୱାରା ଏକ ଡ୍ରୋନ୍ ସାହାଯ୍ୟରେ ନିଆଯାଇଥିଲା। ଏଠାରେ ଆଗ୍ନେୟଗିରି କ୍ରେଟରର ଏକ ବଡ ଭାଗ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ଭଲ ଭାବେ ନିରୀକ୍ଷଣ କଲେ ଏହି ଫଟୋ ଦେଖି ଆପଣ ଚକିତ ହୋଇଯିବେ। ଫୁଟେଜକୁ ଆଇସଲ୍ୟାଣ୍ଡ ରାଜଧାନୀ ରେକଜାବିକରୁ ପ୍ରାୟ ୪୦ କିଲୋମିଟର ଦୂର ସ୍ଥିତ ଫାଗ୍ରାଦାଉସଫିୟାକ ପର୍ବତରେ ଶୁଟ୍ କରାଯାଇଥିଲା। ଜ୍ୱାଳାମୁଖୀରୁ ବାହାରୁଥିବା ଲାଭା ଦେଖିବାକୁ ମିଳିଛି।

ଆଇସଲ୍ୟାଣ୍ଡର ଫଟୋଗ୍ରାଫର Horour Kristleifsson ଫାଗ୍ରାଦାଉସଫିୟାକ ଜ୍ୱାଳାମୁଖୀ କ୍ରେଟର ଉପରେ ନିଜର ଡ୍ରୋନ୍ ଉଡାଉଥିଲେ। ସେତେବେଳେ କ୍ରେଟର ରିମର କିଛି ଅଂଶ ଭୁଶୁଡ଼ି ପଡିଥିଲା। ଏହା ଦେଖିବାକୁ ଛୋଟ ଭଳି ଜଣାପଡୁଛି କିନ୍ତୁ ବାସ୍ତବରେ ୫ ମହଲା କୋଠା ସହ ସମାନ।

ଫାଗ୍ରାଦାଉସଫିୟାକ ପାହାଡରେ ଥିବା ଏହି ଆଗ୍ନେୟଗିରି ପ୍ରାୟ ୮୦୦ ବର୍ଷ ହେଲା ଉଦଗିରଣ ହୋଇନଥିଲା। କିନ୍ତୁ ନିକଟରେ ଏଠାରେ ଭୂକମ୍ପ ହୋଇଥିଲା ଯେଉଁଥିପାଇଁ ଆଗ୍ନେୟ ଉଦଗିରଣ ହୋଇଥିବା ଆଶଙ୍କା ପ୍ରକାଶ କରାଯାଉଛି। ଏଠାରୁ ବାହାରୁଥିବା ଲାଭା ୩୨ କିଲୋମିଟର ଦୂର ଯାଏଁ ନଜର ଆସିଥିଲା। ଜ୍ୱାଳାମୁଖୀ ଫଟିବାରୁ ୧୬୪୦ ଫୁର ଉଚ୍ଚ ଆକୃତିର ଲାଭା ସୃଷ୍ଟି ହୋଇଥିଲା। ଏହି ଆଗ୍ନେୟ ଉଦଗିରଣରେ ୪ ଦିନରେ ୧ କୋଟି ବର୍ଗଫୁଟ ଲାଭା ବାହାରିଥିଲା।

   Related Posts