IPL 2020 : ଡୁପ୍ଲେସିସ୍‌ଙ୍କୁ ଅରେଞ୍ଜ କ୍ୟାପ୍ ତ ରାବଡା ହାତେଇଲେ ପର୍ପଲ କ୍ୟାପ୍, ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | September 27, 2020 IST

ଆବୁଧାବି ୨୭।୦୯: ଚେନ୍ନାଇ ସୁପରକିଙ୍ଗ୍ସର ବ୍ୟାଟସମ୍ୟାନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ଆଇପିଏଲ-୧୩ରେ ଶନିବାର ମ୍ୟାଚ୍‌ ପରେ କ୍ରମଶଃ ଅରେଞ୍ଜ ଓ ପର୍ପଲ କ୍ୟାପ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି। ଶନିବାର ଦୁଇ ଥରର ବିଜେତା କୋଲକାତା ନାଇଟ୍  ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ସାତ ଓ୍ଵିକେଟ୍‌ରେ ପରାସ୍ତ କରିଛି।

ଲିଗ୍‌ରେ ସର୍ବାଧିକ ରନ କରିଥିବା ଖେଳାଳିଙ୍କୁକ ଅରେଞ୍ଜ କ୍ୟାପ୍ ଏବଂ ସର୍ବାଧିକ ଓ୍ଵିକେଟ୍ ନେଇଥିବା ଖେଳାଳିଙ୍କୁ ପର୍ପଲ କ୍ୟାପ୍ ଦିଆଯାଏ। ଫାଫ ଡୁପ୍ଲେସିସ୍‌ ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍‌ରୁ ୧୭୩ ରନ କରି ଲିଗ୍‌ରେ ସର୍ବାଧିକ ରନ ହାସଲକାରୀ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି।

ତାଙ୍କ ପରେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ ଲୋକେଶ ରାହୁଲ ରହିଛନ୍ତି। ସେ ୧୫୩ ରନ କରିଛନ୍ତି। ତୃ୧୧୫ ରନ ସହିତ ତୃତୀୟ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲ ଅଛନ୍ତି। ବୋଲିଂରେ ଦିଲ୍ଲୀ କ୍ୟାପିଟାଲ୍ସର କାଗିସୋ ରାବଡା ପ୍ରଥମ ସ୍ଥାନରେ ଅଛନ୍ତି। ସେ ଦୁଇଟି ମ୍ୟାଚ୍‌ରୁ ୫ଟି ଓ୍ଵିକେଟ୍ ନେଇଛନ୍ତି। ଦ୍ଵିତୀୟରେ ସାମ  କରନ, ଯିଏ ତିନୋଟି ମ୍ୟାଚ୍‌ରୁ ୫ ଓ୍ଵିକେଟ୍ ନେଇଛନ୍ତି।

ପଞ୍ଜାର ମହମ୍ମଦ ସାମି ଦୁଇଟି ମ୍ୟାଚ୍‌ରୁ ଚାରି ଓ୍ଵିକେଟ୍ ନେଇ ତୃତୀୟରେ ଅଛନ୍ତି। ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ୪ ପଏଣ୍ଟ ସହିତ ଟେବୁଲ୍‌ରେ ଶୀର୍ଷ ସ୍ଥାନରେ ରହିଛି। ଦିଲ୍ଲୀ ପ୍ରାରମ୍ଭିକ ଦୁଇଟି ମ୍ୟାଚ୍‌ରେ କ୍ରମାଗତ ବିଜୟ ହାସଲ କରିଛି। ଏହା ପରେ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.