Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ରଶାସନ ପକ୍ଷରୁ ବିହନ ଯୋଗାଇବା ପାଇଁ ନାହିଁ ବ୍ୟବସ୍ଥା, ଚିନ୍ତାରେ ଚିନାବାଦାମ ଚାଷୀ

30/10/2021 at 7:03 PM

ଚଣ୍ଡିଖୋଲ, ୩୦/୧୦: କେତେବେଳେ ବର୍ଷା ଅଭାବରୁ ମରୁଡି ଆଶଙ୍କା ତ ଆଉ କେତେବେଳେ ପ୍ରାକୃତିକ ଦୁର୍ବିପାକ ଯୋଗୁ ଫସଲ ନଷ୍ଟ ହୋଇଥାଏ । ହେଲେ ଚାଷୀ ଅଣ୍ଟା ସଳଖ କରି ଚାଷ ଆରମ୍ଭ କରିବା ବେଳେ ଏବେ ଘାରିଛି ବିହନ ଚିନ୍ତା ଚାଷୀଙ୍କ ସମସ୍ୟା ପାଲଟିଛି । ସହ ସହ ଏକର ଚାଷ ଜମି ଫସଲ ପାଇଁ ପ୍ରସ୍ତୁତ ହୋଇ ସାରିଛି । ହେଲେ ଫସଲ ବିଳମ୍ବ ହେଉଛି । ଏ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର କେଲୁଅ, ଗେଙ୍ଗୁଟି, ବିରୂପା ନଦୀ ଅବବାହିକାରେ ଏକର ଏକର ଚାଷ ଜମିରେ ଚାଷୀ ଚିନାବାଦାମ ଚାଷ କରିଥାନ୍ତି ।

ସାଉଡ଼ିଆ, କୋଲଣଗିରି, ମଝିପଡ଼ା, ଗୋପାଳପୁର, ବଡବାଲିକୁଦା ଭଳି ପଂଚାୟତର ଚାଷୀମାନେ ରବି ଫସଲ ଭାବେ ଚିନାବାଦାମ ଚାଷ କରିଥାନ୍ତି । ଏହି ଅଂଚଳରେ ବାଲିଆ ଦୋରସା ମାଟି ଚିନାବାଦାମ ଚାଷ ପାଇଁ ବେଶ ଉପଯୋଗୀ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଚାଷୀ ଚିନାବାଦାମ ଚାଷ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିହନ ସମସ୍ୟା ଦେଖା ଦେଇଛି । ପ୍ରଶାସନ ପକ୍ଷରୁ ବିହନ ଯୋଗାଇବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଚାଷୀଙ୍କୁ ଖୋଲା ବଜାରରୁ ଉଚ୍ଚା ଦରରେ ବିହନ କିଣିବାକୁ ପଡୁଛି । ବିଭିନ୍ନ ସ୍ଥାନରେ କଳାବଜାରୀ ହେତୁ କୁଇଣ୍ଟାଲ ପିଛା ୯ ହଜାରରୁ ୧୦ ହଜାର ଟଙ୍କାରେ କିଣିବାକୁ ପଡୁଛି । ଯେଉଁଥି ପାଇଁ ଚାଷୀମାନେ ଏବେ ସମସ୍ୟାରେ ପଡିଛନ୍ତି । ଏଠାରେ ଏକର ଏକର ଚାଷ ଜମିରେ ଚାଷୀ ଚିନାବାଦାମ ଚାଷ କରିଥାନ୍ତି ହେଲେ ବିହନର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁ ଚାଷୀ ବିହନ କିଣିବାରେ ସମସ୍ୟା ଦେଖା ଦେଉଥିବରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଛି ।

   Related Posts