ଚିନ୍ତା ବଢାଇଲାଣି ବାତ୍ୟା ‘ଜୱାଦ’, ଫସଲ ନଷ୍ଟ ଆଶଙ୍କାରେ ଚାଷୀ କୂଳ

Published By : Prameya-News7 Bureau | November 30, 2021 IST

ଚଣ୍ଡିଖୋଲ ୩୦।୧୧: ବାତ୍ୟା ‘ଜୱାଦ’କୁ ନେଇ ଚିନ୍ତା ବଢିଥିବା ବେଳେ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଲଘୁଚାପ ଜନିତ ବର୍ଷାର ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବିଭିନ୍ନ ସ୍ଥାନରେ ଭଲ ଧାନ ଫସଲ ହୋଇଥିବା ବେଳେ ବାତ୍ୟା ଆଶଙ୍କା ନେଇ ଚିନ୍ତାରେ ଚାଷୀ କୂଳ, ସୁଙ୍ଗୁଡା ପଂଚାୟତରେ ଧାନ ଫସଲ ଏକ ପ୍ରମୁଖ ଫସଲ, ବର୍ଷକର ପରିଶ୍ରମର ଫଳ ଏହି ଧାନ ଫସଲରୁ ପାଇଥାନ୍ତି ।

ଚଳିତ ବର୍ଷ ମଧ୍ୟ ଭଲ ଧାନ ହୋଇଥିବା ବେଳେ ଆଗକୁ ବାତ୍ୟା ଆଶଙ୍କା ହେତୁ ଲଗାଣ ବର୍ଷା ହେଲେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ସେଥିପାଇଁ ଚିନ୍ତାରେ ଚାଷୀ କୂଳ । ବର୍ଷା ପୂର୍ବରୁ ଧାନ ବିଲରୁ ପାଚିଲା ଧାନ କାଟି ନେଉଛନ୍ତି ଚାଷୀ । ବିଭିନ୍ନ ସମୟରେ ଲଗାଣ ବର୍ଷା ହେଉ କିମ୍ବା ବର୍ଷା ଅଭାବରୁ ମରୁଡିର ଆଶଙ୍କା ଚାଷୀଙ୍କୁ ନାକେଦମ କରିଥିବା ବେଳେ ଫସଲ ନଷ୍ଟ ହେଉଥିବା ବେଳେ, ଏବେ ବାତ୍ୟାର ଭୟ ଚାଷୀଙ୍କ ଚିନ୍ତା ବଢ଼ାଇଛି । ଯଦି ବର୍ଷାର ପରିମାଣ ଅଧିକା ରୁହେ ତେବେ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.