ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇବା ଅଭିଯୋଗରେ ଦେବେନ୍ଦ୍ର ଫଡନାଭିସଙ୍କୁ କୋର୍ଟରୁ ସମନ
29/11/2019 at 11:28 AM

ମୁମ୍ବାଇ ୨୯।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ ନଭୀସ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତ ଏକ ମାମଲାରେ ନାଗପୁରର ଏକ କୋର୍ଟ ଫଡ୍ ନଭୀସଙ୍କୁ ସମନ ଜାରି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଫଡନାଭିସଙ୍କ ବିରୋଧରେ ଦୁଇଟି ଅପରାଧିକ ମାମଲା ରହିଛି। କିନ୍ତୁ ସେ ନିର୍ବାଚନୀ ସତ୍ୟପାଠରେ ଏ ନେଇ କୌଣସି ତଥ୍ୟ ଉପସ୍ଥାପନ କରି ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ନାଗପୁର ସଦର ଥାନାର ଜଣେ ଅଧିକାରୀ କହିଛନ୍ତି, ଫଡନାଭିସଙ୍କ ଘରକୁ ସମନ୍ ପଠାଯାଇଛି। ଫଡନାଭିସ ନାଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ଗତ ନଭେମ୍ବର ୧ ତାରିଖରେ କୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଆଇନଜୀବୀ ସତୀଶ ଉକେ କୋର୍ଟରେ ଏହି ମାମଲା ଦାୟର କରି ଫଡନାଭିସଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଫଡନାଭିସଙ୍କ ବିରୋଧରେ ୧୯୯୬ ଏବଂ ୧୯୯୮ରେ ଜାଲିଆତି ଏବଂ ଠକେଇ ମାମଲା ରୁଜୁ ହୋଇଥିଲା। କିନ୍ତୁ ଫଡନାଭିସ ଏହି ଦୁଇଟି ମାମଲା ସମ୍ପର୍କରେ ସତ୍ୟପାଠରେ ଦର୍ଶାଇ ନ ଥିଲେ ବୋଲି ଆଇନଜୀବୀ ପିଟିଶନରେ ଦର୍ଶାଇଛନ୍ତି।