ବଦଳିଲା ଆଗ୍ରା ମ୍ୟୁଜିୟମର ନାଁ : ଫଡନାଭିସ୍ କହିଲେ – ‘ଜୟ ଜିଜାଉ,ଜୟ ଶିବରାୟ…ଛତ୍ରପତି ଶିବାଜୀ ମହାରାଜକି ଜୟ’
15/09/2020 at 3:25 PM

ଲକ୍ଷ୍ନୌ ୧୫/୯: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ଯେ ଆଗ୍ରାର ମୋଗଲ୍ ମ୍ୟୁଜିୟମର ନାଁ ବଦଳି ଛତ୍ରପତି ଶିବାଜୀ ମହାରାଜଙ୍କ ନାଁରେ କରାଯାଉ। ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି ଯେ ଆଗ୍ରାରେ ନିର୍ମାଣଧୀନ ମ୍ୟଜିୟମକୁ ଛତ୍ରପତି ଶିବାଜୀ ମହାରାଜଙ୍କ ନାଁରେ ଜଣାଯିବ। ଆପଣଙ୍କ ନୂଆ ଉତ୍ତରପ୍ରଦେଶରେ ଗୋଲାମିର ମାନସିକତାର ପ୍ରତୀକ ଚିହ୍ନର କୌଣସି ସ୍ଥାନ ନାହିଁ। ଆମ ସମସ୍ତଙ୍କ ନାୟକ ଶିବାଜୀ ମହାରାଜ। ଜୟ ହିନ୍ଦ,ଜୟ ଭାରତ…।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟ୍ବିଟରେ ରିଟ୍ବିଟ୍ କରି ସେ ଲେଖିଛନ୍ତି ଯେ – ଜୟ ଜିଜାଉ,ଜୟ ଶିବରାୟ…ଛତ୍ରପତି ଶିବାଜୀ ମହାରାଜ କି ଜୟ। ସେ ଇଂରାଜୀରେ ମଧ୍ୟ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟ ଲେଖିଥିଲେ।
ଭାରତୀୟ ଜନତା ପାର୍ଟିର ସଙ୍ଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଏହା ଛତ୍ରପତି ଶିବାଜୀ ମହାରାଜଙ୍କୁ ସମ୍ମାନିତ କରିବାର ଠିକ୍ ଉପାୟ। ମୁଖ୍ୟମନ୍ତ୍ରୀ ଯୋଗୀ ଛତ୍ରପତି ଶିବାଜୀ ମହାରାଜଙ୍କ ନାଁରେ ଏକ ସଂଗ୍ରହାଳୟର ନାଁ ରଖିଛନ୍ତି।