Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ହିରେନଙ୍କୁ ନେଇ ତେଜିଲା ମହାରାଷ୍ଟ୍ର ରାଜନୀତି, ଗୃହମନ୍ତ୍ରୀଙ୍କ ବୟାନ ପରେ ମାମଲାର NIA ତଦନ୍ତ ଦାବି କଲେ ଫଡନବୀଶ

5/03/2021 at 10:11 PM

ମୁମ୍ବାଇ ୫।୩:  ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭନ ସମ୍ମୁଖରେ ସନ୍ଧିଗ୍ଧ ଛିଡା ହୋଇଥିବା ସ୍କର୍ପିଓର ମଲିକ ମନସୁଖ ହିରେନଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ଏବେ ମହାରାଷ୍ଟ୍ରରେ ରାଜନୀତି ଆରମ୍ଭ ହୋଇଯାଇଛି। ମାମଲାରେ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ହିରେନ୍‌ ସ୍କର୍ପିଓର ଅସଲି ମାଲିକ ନଥିଲେ ବୋଲି ଶୁକ୍ରବାର କହିଛନ୍ତି।  ତେବେ ରାଜ୍ୟ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବୀଶ ମୁଖ୍ୟ ସାକ୍ଷଙ୍କ ଏବେ ମୃତ୍ୟୁ ହୋଇଥିବାରୁ ମାମଲାରେ କିଛି ନା କିଛି ଗଡବଡ ନିଶ୍ଚିତ ରହିଛି ବୋଲି କହିବା ସହିତ ଏନଆଇଏ ତଦନ୍ତ ଦାବି କରିଛନ୍ତି।

ଠାଣେ ପୋଲିସର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ୪୫ ବର୍ଷ ବୟସ୍କ ମନସୁଖ ହିରେନ୍ ଗୁରୁବାର ରାତିରୁ ଘରୁ ଫେରାର ଥିଲେ । ତେବେ ଶୁକ୍ରବାର ସକାଳେ ମୁମ୍ବ୍ରା ରେତି ବନ୍ଦର ରୋଡକୁ ଲାଗି ରହିଥିବା ନଦୀକୂଳରୁ ତାଙ୍କର ଶବ ମିଳିଛି ବୋଲି କହିଛନ୍ତି । ହିରେନଙ୍କ ପରିବାର ଲୋକେ ଶୁକ୍ରବାର ମଧ୍ୟାହ୍ନରେ ଠାଣେ ନୌପଡା ଥାନାରେ ସେ ନିଖୋଜ ଥିବାର ସୂଚିତ କରିଛନ୍ତି।

ସୂଚନା ଯୋଗ୍ୟଯେ ଦକ୍ଷିଣ ମୁମ୍ବାଇସ୍ଥିତ ଅମ୍ୱାନୀଙ୍କ ବହୁତଳ ଭବନ ସମ୍ମୁଖ ରାସ୍ତାରେ ଫେବୃଆରୀ ୨୫ ତାରିଖ ରେ ପୋଲିସ ସନ୍ଦିଗ୍ଧ ଛିଡା ହୋଇଥିବା ଏକ ସ୍କୋର୍ପିଓର ତଲାସୀ ନେଇଥିଲା। ସେଥିରୁ ଜୀବନ୍ତ ଜିଲୋଟିନ୍‌ ଛଡ ମିଳିବାରୁ ବମ ସ୍କ୍ୱାର୍ଡକୁ ଡକାଇ ବାହାନର ସମ୍ପୂର୍ଣ୍ଣ ତଲାସ କରାଯାଇଥିଲା। ବାହାନରେ ଏକ ନକଲୀ ନମ୍ବର ପ୍ଲେଟ ଲାଗିଥିଲା। ତେବେ ପୋଲିସ ତଦନ୍ତ କରି ଏହା ମନସୁଖ ହିରେନଙ୍କର ବୋଲି ସୂଚିତ କରିଥିଲା।

ଏହି ଗାଡିଟି ଫେବୃଆରୀ ୧୮ ତାରିଖ ଦିନ ଏରୋଲୀ-ମୁଲୁନ୍ଦ ବ୍ରିଜରୁ ଚୋରି ହୋଇଯାଇଥିଲା। ଏ ନେଇ ହିରେନ୍ ପୋଲିସରେ ଏତଲା ଦେଇଥିବା ବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କର ବୟାନ ରେକର୍ଡ କରିଥିଲା। ଗାଡି ପାର୍ଟସ କାରବାର କରୁଥିବା ହିରେନ୍ ଗୁରୁବାର ରାତିରୁ ଘରକୁ ଫେରି ନଥିଲେ।   ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେଶମୁଖ ହିରେନଙ୍କ ଶରୀରରେ ଆଘାତର କୌଣସି ଚିହ୍ନ ନଥିବା କହିଛନ୍ତି। ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମାମଲାର ମହାରାଷ୍ଟ୍ର ପୋଲିସ ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ କରିପାରିବ ବୋଲି ସେ କହିଛନ୍ତି।

ସେପଟେ ମହାରାଷ୍ଟ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୀଲ ପରବ କହିଛନ୍ତି ଯେ ହିରେନ ସବୁ ସତ କହିଥିବ ତାହା ନିଶ୍ଚିତ କହି ହେବନାହିଁ। ତେବେ ପୋଲିସକୁ ମାମଲାର ନିରପେକ୍ଷ ଯାଞ୍ଚ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି। ଆମର ପୋଲିସ ଉପରେ ସମ୍ପୂର୍ଣ୍ଣ ଭରସା ଅଛି ଓ ଏଥିଲାଗି କିଛି ସମୟ ଦରକାର। ତେବେ ତଦନ୍ତ ନିର୍ଦ୍ଦେଶ ଦିଆଯାଉ କି ନଯାଉ ଏନଆଇଏ ପୋଲିସ ସମାନ୍ତରାଳରେ ମାମଲାର ତଦନ୍ତ ଆରମ୍ଭ କରିସାରିଥିବା ପରବ କହିଛନ୍ତି।

   Related Posts