Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଣ୍ଟିଲିଆ ମାମଲା: ସଚ୍ଚିନ ୱାଜେଙ୍କ ଗିରଫ ଦାବି କଲେ ଦେବେନ୍ଦ୍ର ଫଡନବୀଶ, ଆଣିଲେ ପ୍ରମାଣ ନଷ୍ଟ କରିବାର ଅଭିଯୋଗ

9/03/2021 at 5:22 PM

ମୁମ୍ବାଇ ୯।୩: ମନସୁଖ ହିରେନ ମୃତ୍ୟୁ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବୀଶ ମଙ୍ଗଳବାର ଆଣ୍ଟିଲିଆ ମାମଲାରେ ତଦନ୍ତକାରୀ ପୋଲିସ ଅଫିସର ସଚ୍ଚିନ ୱାଜେଙ୍କ ଗିରଫ ଦାବି କରିଛନ୍ତି। ବିଧାନସଭା ଆଲୋଚନା କାଳରେ ଫଡନବୀଶ ଏହି ଦାବି କରିଛନ୍ତି। ଆଇପିସି ଧାରା ୨୦୧( ପ୍ରମାଣ ନଷ୍ଟ କରିବା)ରେ ତାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଫଡନବୀଶ ଗୃହକୁ ପ୍ରଶ୍ନ କରିଛନ୍ତି।

ମନସୁଖ ହିରେନଙ୍କ ପତ୍ନୀ କରିଥିବା ଅଭିଯୋଗକୁ ଫଡନବୀଶ ଗୃହରେ ଦୋହରାଇ ଥିଲେ। ଏଣ୍ଟିଲିଆ ସମ୍ମୁଖରୁ ଜବତ ସ୍କୋର୍ପିଓ ଗତ ୪ ମାସ ହେଲା ୱାଜେଙ୍କ ଅକ୍ତିଆରରେ ଥିଲା। ତେବେ ୱାଜେକୁ ଗିରଫ କରିବା ଲାଗି କିଏ ଆଇନର ହାତ ବାନ୍ଧିଛି ବୋଲି ଫଡନବୀଶ ପ୍ରଶ୍ନ କରିଛନ୍ତି। ସୂଚନା ଯୋଗ୍ୟଯେ ୱାଜେ ମୁକେଶ ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ଜିଲୋଟିନ୍‌ ବୋଝେଇ ସ୍କର୍ପିଓ ମାମଲାର ତଦନ୍ତ କରୁଥିଲେ। ମାମଲାରେ ଭାଜେ ହିଁ ପ୍ରମାଣ ନଷ୍ଟ କରିବା ପାଇଁ ଏପରି ହତ୍ୟା ଷଡ଼ଯନ୍ତ୍ର କରିଥାଇ ପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି। ତେବେ ଆସନ୍ତୁ ଜାଣିବା ସଚ୍ଚିନ ୱାଜେ କିଏ।

ସଚ୍ଚିନ ୱାଜେ୧୯୯୦ ବ୍ୟାଚ୍‌ର ପୋଲିସ ଅଫିସର ଓ ଏନକାଉଣ୍ଟର ସ୍ପେଶିଆଲିଷ୍ଟ ମଧ୍ୟ। ତଥ୍ୟ ଲୁଚେଇବା ଅଭିଯୋଗରେ ୨୦୦୪ ମସିହାରେ ଗିରଫ ମଧ୍ୟ ହୋଇଥିଲେ। ୨୦୦୨ ଘଟକୋପର ବୋମା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଖ୍ୱାଜା ୟୁନୁସର ପୋଲିସ ହାଜତ ମୃତ୍ୟୁ ମାମଲାରେ ୱାଜେ ଚାକିରୀରୁ ନିଲମ୍ବିତ ମଧ୍ୟ ହୋଇଥିଲେ। ଗତ ୨୦୦୮ ମସିହାର ସେ ଶିବସେନାରେ ଯୋଗଦେଇଛନ୍ତି।

   Related Posts