ଆଇଟିଇଆର ପରିସରରେ ଏଆଇସିଟିର ଫାକଲ୍ଟି ଇଣ୍ଡକ୍ସନ କାର୍ଯ୍ୟକ୍ରମ

Published By : Prameya-News7 Bureau | August 04, 2018 IST

ଭୁବନେଶ୍ବର୪/୮: ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ ପକ୍ଷରୁ ସୋଆ ଡିମଡ୍ ଟୁ ବି ୟୁନିଭସିଟିର ଆଇଟିଇଆର ପରିସରରେ ଅନୁଷ୍ଠିତ ହୋଇଛି ଫାକଲଟି ଇଣ୍ଡକସନ କାର୍ଯ୍ୟକ୍ରମ। ତିନି ଦିନି ଧରି ଚାଲିବାକୁ ଥିବା ଫାକଲଟି ଇଣ୍ଡକସନ କାର୍ଯ୍ୟକ୍ରମରେ ସୋଆ ସମେତ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନଙ୍କୁ ଉତ୍ତମ ଗୁଣବତ୍ତା ଶିକ୍ଷା ଦାନ ନେଇ ଗୁରୁମନ୍ତ୍ର ଦେଲେ ଅଭିଜ୍ଞ ଶିକ୍ଷାବିତ। ବୈଷୟିକ ଶିକ୍ଷା ଆଗେଇଲେ ଦେଶ ଅାଗେଇବ। ଉନ୍ନତ ବୈଷୟିକ ଶିକ୍ଷା ଓ ଶିକ୍ଷାଦାନ ପ୍ରଣାଳୀ ଲକ୍ଷରେ ସୋଆ ଡିମ୍ଡ ଟୁବି ୟୁନିଭସିଟିର ଆଟିଇଆର ପରିସରରେ ଅନୁଷ୍ଠିତ ହୋଇଛି ତିନି ଦିନିଆ ଫାକଲଟି ଇଣ୍ଡକସନ କାର୍ଯ୍ୟକ୍ରମ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକମାନଙ୍କ ଶିକ୍ଷାଦାନ ଓ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ଦାନ ପ୍ରଣାଳୀ ନେଇ ଅଧ୍ୟାପକମାନଙ୍କୁ ବାର୍ତ୍ତା ଦେଇଛନ୍ତି ଶିକ୍ଷାବିତ। ଏହି ଅବସରରେ ସୋଆ ବିଶ୍ବ ବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକମାନଙ୍କ ସହ ରାଜ୍ୟର ବିଭିନ୍ନ୍ ଇଂଜିନିୟରିଙ୍ଗ କଲେଜର ବହୁ ଅଧ୍ୟାପକ ଯୋଗ ଦେଇଥିଲେ । ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା , ସୋଆ ଡିମଡ୍ ଟୁ ବି ୟୁନିଭରସିଟିର ଉପଦେଷ୍ଠା ଡ ଦାମୋଦର ଅାଚାର୍ଯ୍ୟଏହାକୁ ଉଦଘାଟନ କରିଥିଲେ । ବୈଷୟିକ ଶିକ୍ଷଦାନ ପ୍ରଣାଳୀ ସହ, କ୍ୟାମ୍ପସରେ ଛାତ୍ର ଓ ଅଧ୍ୟାପକ ମାନଙ୍କ ମଧ୍ୟରେ ଶୈକ୍ଷିକବାତାବରଣ ସୃଷ୍ଟି କରିବା, ନେଇ ଅଧ୍ୟାପକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଶିକ୍ଷାବିତ। କଲିକତା ବ୍ରନ ଓୟାର ବିଶ୍ବ ବିଦ୍ୟାଳୟର ଅଭିଜ୍ଞ ପ୍ରଫେସର। ଇଂଜିନିୟରିଙ୍ଗ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିବା ନେଇ ଅଧ୍ୟାପକ ମାନଙ୍କୁ ପରାମର୍ଶ ଦିଅାଯାଇଥିଲା କେବଳ ଶିକ୍ଷା ଦାନ ନୁହେଁ ଶିକ୍ଷାଦାନ ପ୍ରଣାଳୀ, ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନଙ୍କ ମଧ୍ୟରେ ମତ ବିନିମୟ, ଶିକ୍ଷା ପ୍ରଣାଳୀ ଉଭୟ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ନେଇ ମତ ପ୍ରକାଶ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.