Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସୋଆରେ ପର୍ଯ୍ୟଟନ ଉପରେ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ

17/08/2020 at 6:23 PM

ଭୁବନେଶ୍ବର ୧୭।୮: ସୋଆ ଡିମଡ୍ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ (ଏସଏଚଏମ) ଠାରେ ନିକଟରେ ୭ ଦିନ ଧରି ଏକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି ।

ଭାରତ ତଥା ଭାରତ ବାହାରୁ ୨୦ ଜଣ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମନ୍ତବ୍ୟ ରଖିଥିଲେ । ରିସର୍ଚ୍ଚ ମେଥଡୋଲଜି ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ଗୁଡିକ ପର୍ଯ୍ୟବେସିତ ହୋଇଥିଲା ।

ଏଥିରେ ଦେଶ ମଧ୍ୟରୁ ଓ ବିଦେଶରୁ ୬୫ ଟି ଅନୁଷ୍ଠାନର ୧୨୦ ଜଣ ଫ୍ୟାକଲ୍‌ଟି ଯୋଗ ଦେଇଥିଲେ । ଯୋଗ ଦେଇଥିବା ଅନୁଷ୍ଠାନ ଗୁଡିକ ମଧ୍ୟରେ ବଙ୍ଗଳାଦେଶର ନ୍ୟାସନାଲ ୟୁନିଭର୍ସିଟି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ, ଆଇଆଇଟିଟିଏମ, ସିପେଟ, ଇଗନୋଉ, ଓଡ଼ିଶା ସରକାରଙ୍କ ଷ୍ଟେଟ କାଉନସିଲ ଫର ଟେକନିକାଲ ଏଜୁକେସନ ଆଣ୍ଡ ଭୋକେସନାଲ ଟ୍ରେନିଂ, ବିହାର ରୁରାଲ ଲାଇଭଲିହୁଡ ପ୍ରମୋସନ ସୋସାଇଟି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ ।

ଏସଏଚଏମର ଆଡଭାଇଜର ତଥା ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଡାଇରେକ୍ଟର ଭାବେ ଯୋଗ ଦେଇଥିବା ବିଶେଷଜ୍ଞ ତଥା ଭାଗନେଇଥିବା ଅନୁଷ୍ଠାନ ଗୁଡିକୁ ଧନ୍ୟବାଦ ଦେଇଥିଲେ ।

ବିଶେଷଜ୍ଞ ମାନଙ୍କ ମଧ୍ୟରେ ଆଇଆଇଏମ, ଇନ୍ଦୋରର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଆମ୍ପରସାଣ୍ଡ ଗ୍ରୁପର ଚିଫ ଏକାଡେମିକ ଅଫିସର, ପ୍ରଫେସର ତପନ କୁମାର ପଣ୍ଡା, ଗରଓ୍ୟାଲ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ.ସି. ବାଗାରି, ସେଂଟ୍ରାଲ ୟୁନିଭର୍ସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ, ଡିଆରଡିଓ ର ଭିଜିଲାନ୍ସ ଆଣ୍ଡ ସିକ୍ୟୁରିଟି ନିର୍ଦ୍ଦେଶକ, ଡ. ଏମ.କେ. ହାଡା, ଦୁବାଇ ସ୍ଥିତ ଏମିରେଟସ ଏକାଡେମି ଅଫ ହସପିଟାଲିଟି ମ୍ୟାନେଜମେଂଟର ନିର୍ଦ୍ଦେଶକ ପ୍ରଫେସର ସଂଜୟ ନଦକାର୍ଣ୍ଣୀ, ବ୍ରିଟେନ ସ୍ଥିତ ୟୁନିଭର୍ସିଟି ଅଫ ବ୍ରାଇଟନର ପ୍ରଫେସର ସୁନିଲ ସହଦେବ, ଆଇଆଇଏମ, ଲକ୍ଷ୍ନୌର ପ୍ରଫେସର ସତ୍ୟଭୁଷଣ ଦାଶ ଅନ୍ତର୍ଭୁକ୍ତ ଥିଲେ ।

 ଏସଏଚଏମର ଆସୋସିଏଟ ପ୍ରଫେସର ଅଂଶୁମାନ ସାମଲ ଏହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିବା ବେଳେ ଆସୋସିଏଟ ପ୍ରଫେସର ଡ. ସ୍ମିତା ଏସ. ମହାପାତ୍ର ଓ ଡ. ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

   Related Posts