Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କାହିଁକି ନେହେରୁଙ୍କ ଜନ୍ମଦିନ ହେଲା ଶିଶୁ ଦିବସ ? କେଉଁଠି ଲେଖାଯାଇଥିଲା ‘ଭାରତ ଅ।ବିଷ୍କାର’ ଗ୍ରନ୍ଥ…କେଉଁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ? ଜାଣନ୍ତୁ…

14/11/2019 at 8:22 PM

ଭୁବନେଶ୍ବର: ୧୪ ନଭେମ୍ବର ୨୦୧୯ (ସମରେନ୍ଦ୍ର ବଳିଅ।ରସିଂହ)

ଛନ୍ଦ, କପଟ, ମାୟା, ମୋହ । ଜୀବନ କ୍ଷଣିକ, କିନ୍ତୁ ମଣିଷ ବୁ​‌ଝେନି, ସେ ମାତିଥାଏ ଏସବୁରେ । ଗର୍ବ, ଅହଂକାରରେ ଉତ୍ପାତ କରେ । ଅନ୍ୟର ଅନିଷ୍ଟ କରେ । ନିଜ ସ୍ବାର୍ଥ ଅ।ଗ, ସମୂହ ସ୍ବାର୍ଥ ପଛେ ଚୁଲିକି ଯାଉ । ତେବେ ଭାବନ୍ତୁ ତ ସେଇ ମଣିଷ କ’ଣ ଏମିତି ଥିଲା, ଯେତେବେଳେ ସେ ମାତୃଗର୍ଭରୁ ଅ।ସିଥିଲା ଏ ଧରାକୁ । ଯେତେବେଳେ ସେ ଗୁରୁଣ୍ଡି ଶିଖିଥିଲା, ଠିଅ।ହେବା, ଚାଲିବା ଶିଖିଥିଲା । ହସୁଥିଲା ତା’ ନିରୀହପଣରେ । କାନ୍ଦୁଥିଲା ତା’ ନିର୍ବୋଧପଣରେ । ଯୋଉମାନେ ପିଲା ନୁହଁନ୍ତି, ସେମାନେ ସେଇ ସମୟକୁ ଫେରିଯିବାକୁ ଇଚ୍ଛା କରନ୍ତି ।

ନଭେମ୍ବର ୧୪ …ଅ।ମର ପ୍ରଥମ ପ୍ରଧାନମଂତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମଦିବସ । ସେଇ ଦିନଟିକୁ ଅ।ମେ ପାଳନ କରୁଛେ ଶିଶୁଦିବସ ବା ବାଲଦିବସ ବା ଚିଲଡ୍ରେନ୍ସ ଡେ’ ଭାବରେ । ୧୮୮୯ ମସିହା ନଭେମ୍ବର ୧୪ରେ ନେହେରୁଙ୍କର ଜନ୍ମ ହୋଇଥିଲା ଏବଂ ୧୯୬୪ ମସିହା ମେ ୨୭ରେ ମୃତ୍ୟୁ ଘଟିଥିଲା । ତେବେ ଅ।ମଦେଶରେ ପୂର୍ବରୁ ନଭେମ୍ବର ୨୦ ତାରିଖରେ ଶିଶୁଦିବସ ପାଳିତ ହେଉଥିଲା ।

ଜାତିସଂଘର ନିଷ୍ପତ୍ତିକୁ ଅ।ଧାର କରି ୧୯୫୬ ମସିହାରୁ ଏହା ବିଶ୍ବ ଶିଶୁ ଦିବସ ବା ୟୁନିଭରସାଲ ଚିଲଡ୍ରେନ୍ସ ଡେ’ ଭାବେ ପାଳିତ ହେଉଥିଲା । ନେହେରୁଙ୍କ ମୃତ୍ୟୁ ପରେ ସରକାର ନିଷ୍ପତି ନେଲେ ଯେ, ନେହେରୁଙ୍କ ଜନ୍ମଦିନ ନଭେମ୍ବର ୧୪ରେ ପାଳିତ ହେବ ଶିଶୁ ଦିବସ ।

ପଣ୍ଡିତ ନେହେରୁ ପିଲାମାନଙ୍କୁ ଭାରି ଭଲ ପାଉଥିଲେ । ସେଥିପାଇଁ ତାଂକ ନାଁ ଥିଲା ଚାଚା ନେହେରୁ । ତାଂକ ମତରେ ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ । ତେଣୁ ପିଲାମାନଙ୍କ ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ ।

ଭାରତ ସ୍ବାଧୀନତା ପାଇବା ପରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ସେ ସ୍ଥାପନା କରିଥିଲେ ଅଲ୍ ଇଣ୍ଡିଅ। ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍(ଏମ୍ସ), ଇଣ୍ଡିଅ।ନ୍ ଇନଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟ(ଅ।ଇଅ।ଇଏମ୍), ଇଣ୍ଡିଅ।ନ୍ ଇନଷ୍ଟୁଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ(ଅ।ଇଅ।ଇଟି), ଇଣ୍ଡିଅ।ନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ(ଅ।ଇଅ।ଇଏମ୍), ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ(ଏନ୍ଅ।ଇଟଇ) ଭଳି ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ।

ନେହେରୁ କହୁଥିଲେ, ‘ବର୍ତ୍ତମାନର ପିଲା ଭବିଷ୍ୟତର ଭାରତ ଗଢିବେ । ଅ।ମେ ସେମାନଂକୁ ଯେଉଁଭଳି ଗଢିବା, ସେମାନେ ଅ।ମ ଦେଶର ଭବିଷ୍ୟତକୁ ସେଇଭଳି ନିର୍ଧାରିତ କରିବେ ’।

ପଣ୍ଡିତ ଜବାହାରଲାଲ ନେହେରୁ ପିଲାମାନଂକୁ ଭାରି ଭଲ ପାଉଥିଲେ । ପିଲାମାନଙ୍କ ପାଇଁ ସ୍ବତଂତ୍ର ଭାବେ ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ସେ ଗୁରୁତ୍ବ ଦେଇଥିଲେ । ସମୟକ୍ରମେ ଶିଶୁ ଚଳଚ୍ଚିତ୍ର ‘ବଚ୍ଚୋଁ ସେ ବାତେଁ’ ରେ ସେ ନଜର ଅ।ସିଥିଲେ । ଭାରତୀୟ ଶିଶୁ ଚଳଚ୍ଚିତ୍ର ସମିତି ବା Children’s Film Society India ଦ୍ବାରା ୧୯୬୮ ମସିହାରେ ଏହା ମୁକ୍ତିଲାଭ କରିଥିଲା । ପଣ୍ଡିତ ଜବାହାରଲାଲ ନେହେରୁ ପିଲାମାନଙ୍କ ପାଇଁ ଫିଲ୍ମ ନିର୍ମାଣ କରିବା ସଂକ୍ରାନ୍ତରେ କଥା ହେଉଥିବାର ଏଥିରେ ଦେଖିବାକୁ ମିଳିଥିଲା ।

ପିଲାମାନଂକ ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାର କନସେପ୍ଟ ସ୍ବର୍ଗତ ନେହେରୁ ଦେଇଥିଲେ, ଯାହାଫଳରେ ୧୯୫୫ ମସିହା ମେ‌ ୧୧ରେ ଗଠିତ ହୋଇଥିଲା ଭାରତୀୟ ଶିଶୁ ଚଳଚ୍ଚିତ୍ର ସମିତି । ଭାରତୀୟ ଶିଶୁ ଚଳଚ୍ଚିତ୍ର ସମିତିର ପ୍ରଥମ ଫିଲ୍ମ ଥିଲା ‘ଜଲଦୀପ’, ଯାହାକି ୧୯୫୬ ମସିହାରେ ଏହା ନିର୍ମିତ ହୋଇଥିଲା । ସେଇ ଫିଲ୍ମର ଗୋଟେ ଗୀତ ‘ଛୋଟା ସା ପପୁ ହୁଁ’ ସେତେବେଳେ ଭାରି ଲୋକପ୍ରିୟ ହୋଇଥିଲା । ସୁନ୍ଦର ଓ ମଜାଦାର ଥିଲା ଗୀତଟି ।

ଭାରତ ଥିଲା ପରାଧୀନ । ଇଂରେଜ ଶାସନ ବିରୋଧରେ ଚାଲିଥିଲା ଜବରଦସ୍ତ ଅ।ନ୍ଦୋଳନ । ​‌ସେଇ ଅ।ନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ସହ ପାଦକୁ ପାଦ ମିଶାଇଥିଲେ ‌ ଜବାହାରଲାଲ ନେହେରୁ । ଇଂରେଜମାନଂକ ବିରୋଧରେ ସ୍ବର ଉତ୍ତୋଳନ କରି ସେ ବାରମ୍ବାର ଜେଲ ଯାଉଥିଲେ । ଘଟଣା ଥିଲା ୧୯୪୨ ମସିହାର । ଭାରତଛାଡ଼ ଅ।ନ୍ଦୋଳନରେ ସାମିଲ ହୋଇ ନେହେରୁ ମହାରାଷ୍ଟ୍ରର ଅହମ୍ମଦନଗର ଦୁର୍ଗରେ ବନ୍ଦୀ ଥିଲେ । ସେଠାରେ ସେ ୪ ବର୍ଷ(୧୯୪୨-୪୬) ରହିଲେ ।
ସେଇ ସମୟରେ ସେ ଲେଖିଥିଲେ ଗୋଟେ ବହି, ଯାହାର ନାଁ ଥିଲା ‘ଡିସ୍କଭରି ଅଫ୍ ଇଣ୍ଡିଅ।’ ବା ‘ଭାରତ ଅ।ବିଷ୍କାର’ । ପ୍ରାଚୀନ ଭାରତ, ବେଦ, ଉପନିଷଦ ଠାରୁ ଅ।ରଂଭ କରି ଭାରତବର୍ଷ ସ୍ବାଧୀନତା ପାଇବା ପର୍ଯ୍ୟନ୍ତ ସମସ୍ତ ବଣ୍ଣନା ଥିଲା ସେଥିରେ । ଧର୍ମ, ଇତିହାସ, ଦର୍ଶନ, କଳା, ସଂସ୍କୃତି, ରାଜନୀତି ସବୁ ଥିଲା । ୧୯୪୪ ମସିହାରେ ଲିଖିତ ‘ଡିସ୍କଭରି ଅଫ୍ ଇଣ୍ଡିଅ।’ ୧୯୪୬ ମସିହାରେ ପ୍ରକାଶିତ ହୋଇଥିଲା । ଏହାର ସବୁଦାୟ ପୃଷ୍ଟା ସଂଖ୍ୟା ଥିଲା ୫୯୫ ।
ଭାରତ ସମ୍ବନ୍ଧରେ ବିସ୍ତୃତ ସାଧାରଣ ଜ୍ଞାନ ଓ ପ୍ରାମାଣିକତାର ଏହି ପୁସ୍ତକକୁ ଅ।ଧାର କରି ନେଇ ପରବର୍ତୀ ସମୟରେ ପ୍ରସ୍ତୁତ ହୋଇଥିଲା ଗୋଟେ ଏୗତିହାସିକ ଡ୍ରାମା ‘ଭାରତ-ଏକ୍ ଖୋଜ୍’ । ୧୯୮୮ ମସିହାରେ ଦୂରଦର୍ଶନରେ ପ୍ରସାରିତ ଏହି ଧାରାବାହିକ ବେଶ୍ ଲୋକପ୍ରିୟ ହୋଇଥିଲା । ଭାରତବର୍ଷର ୫ ହଜାର ବର୍ଷର ଇତିହାସକୁ ଏଥିରେ ତଥ୍ୟ ଓ ଡ୍ରାମା ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା ।
ସମୁଦାୟ ୫୩ଟି ଅଧ୍ୟାୟରେ ପ୍ରସାରିତ ହୋଇଥିବା ଏହି ଟେଲିଭିଜନ ସିରିଜକୁ ଶ୍ୟାମ ବେନଗଲ ନିର୍ଦେଶନା ଦେଇଥିଲେ । ଭାରତ ଜନ୍ମିତ ବ୍ରିଟିଶ୍ ଅଭିନେତା ରୋଶନ ସେଠ୍ ଜବାହାରଲାଲ ନେହେରୁଙ୍କ ଭୂମିକାରେ ଅଭିନୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ ଖ୍ୟାତନାମା ଅଭିନେତା ଓମ୍ ପୁରୀ, ଟମ୍ ଅଲଟର, ସଦାଶିବ ଅମରପୁରକର, ନାଶିରୁଦ୍ଦିନ ଶାହା, ଅଂଜନ ଶ୍ରୀବାସ୍ତବ, ଇଲା ଅରୁନ, ଇରଫାନ୍ ଖାଁ, ଶୋହେଲା କପୁର ପ୍ରମୁଖ ।

ଶିଶୁମାନେ ହେଲେ ଅମୃତର ସନ୍ତାନ । ଅ।ଜିର ବ୍ୟସ୍ତବହୁଳ ଜୀବନରେ ଅଭିଭାବକ ଭାବରେ ଅ।​‌ମେ ସେମାନଂକୁ ଅ।ବଶ୍ୟକ ସମୟ ଦେବା ଦରକାର । ସେମାନେ ହେଉଛନ୍ତି ଅ।ମର ଭବିଷ୍ୟତ । ସେଇ ଭବିଷ୍ୟତ ଯେମିତି ଭଲବାଟରେ ଯାଅ।ନ୍ତି, ସେଥିପାଇଁ ଅ।ମର ରହିଛି ବଡ଼ ଭୂମିକା ।

   Related Posts