ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଫ୍ୟାକ୍ଟ୍ରିର କାନ୍ଥ: ୮ ମୃତ, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | November 10, 2020 IST

ଯୋଧପୁର ୧୦/୧୧: ରାଜସ୍ଥାନ ଯୋଧପୁରରେ ଏକ ନିର୍ମାଣଧୀନ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ ଘଟିଛି। ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡଜନେରୁ ଅଧିକ ଲୋକ ଫସି ରହିଥିବା ସୂଚନା ମିଳିଛି। ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

ଯୋଧପୁରର ବାସିନୀ ଥାନା ଅଞ୍ଚଳରେ  ନିର୍ମାଣ ହେଉଛି ଏହି ଫ୍ୟକ୍ଟ୍ରି। ଏହାର ଏକ ବଡ଼ କାନ୍ଥ ଭୁଶୁଡ଼ି ପଡ଼ିଛି। କାନ୍ଥ ତଳେ ୧୦-୧୨  ଜଣ ଚାପି ହୋଇ ରହିଥିବା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଦମକଳ ବାହିନୀ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ସୂଚନା ମିଳିଛି।

ତେବେ ଏଭଳି ଏକ ଦୁର୍ଘଟଣାରେ ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.