Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନାଇଟ ସିଫ୍ଟରେ କାମ କରିବାବେଳେ ରାଗିଗଲା ରୋବଟ; କର୍ମଚାରୀଙ୍କ ଶରୀରରେ ଭୁଷିଦେଲା ୧୦ଟି ଷ୍ଟିଲ ରଡ଼

15/12/2018 at 11:56 AM

ବେଜିଙ୍ଗ ୧୫/୧୨ : ଆଧୁନିକ ଯୁଗରେ ରୋବଟକୁ ମଣିଷର ମାନ୍ୟତା ଏବଂ ନାଗରିକତ୍ବ ଦେବାକୁ ଦାବି ହେଉଛି | ଦୁନିଆରେ ଏମିତି କେତେ ଦେଶ ରହିଛି ଯେଉଁଠାରେ ବିନା ଡ୍ରାଇଭରରେ ଚାଲୁଥିବା ଗାଡି ଆବିଷ୍କାର କରାଯାଇଛି | ରୋବଟ ନିଜ କୁଶଳ କାର୍ଯ୍ୟକଳାପ ପାଇଁ ଲୋକଙ୍କୁ ପ୍ରଭାବିତ କରିଥାଏ | ବେଳେବେଳେ ରୋବଟକୁ ନେଇ ବିପଦର ମଧ୍ୟ ସାମ୍ନା କରିବାକୁ ପଡିଥାଏ | ଏମିତି ଏକ ଘଟଣା ଘଟିଛି ଚୀନରେ |

ଚୀନର ଏକ କାରଖାନାରେ ଗୋଟିଏ  ରୋବଟ ନିୟନ୍ତ୍ରଣ ବାହାରକୁ ଯାଇ ଜଣେ କର୍ମଚାରୀକୁ ମରଣାନ୍ତକ ଆକ୍ରମଣ କରିଛି | ରୋବଟ କର୍ମଚାରୀଙ୍କ ଶରୀରରେ ୧୦ଟି ଷ୍ଟିଲ ରଡ଼ ଭୁସି ଦେଇଛି | ଯେଉଁଥିପାଇଁ କର୍ମଚାରୀଙ୍କ ଜୀବନ ମଧ୍ୟ ଚାଲିଯିବାର ଆଶଙ୍କା କରାଯାଇଥିଲା | ରୋବଟ ରାଗିଯାଇ କର୍ମଚାରୀଙ୍କ ହାତ ଏବଂ ଛାତିରେ ୧ ଫୁଟ ଲମ୍ବା ଏବଂ ଦେଢ଼ ସେଣ୍ଟିମିଟର ଚଉଡା ୧୦ ଟି ଷ୍ଟିଲ ଧାରୁଆ ରଡ଼ ଭୁସି ଦେଇଥିଲା | କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କେତେ ଘଣ୍ଟାର ଅପରେସନ ପରେ ଡାକ୍ତରମାନେ କର୍ମଚାରୀଙ୍କ ଶରୀରରୁ ସମସ୍ତ ରଡ଼ ବାହାର କରିବାରେ ସଫଳ ହୋଇଥିଲେ |

ଡାକ୍ତରଙ୍କ କହିବାନୁଯାୟୀ ଅପରେସନ ପରେ କର୍ମଚାରୀଙ୍କ ଅବସ୍ଥା ସ୍ଥିର ରହିଛି | ଗୁରୁତର ଥିବା କର୍ମଚାରୀ ଦକ୍ଷିଣ ଚୀନର ଯୁଝୋ ଅଂଚଳରେ ଥିବା ଏକ ମାଟିର ବାସନ ତିଆରି କାରଖାନାରେ କାମ କରନ୍ତି | ମଙ୍ଗଳବାର ରାତିରେ କର୍ମଚାରୀ ରାତି ସିଫ୍ଟରେ କାମ କରୁଥିଲେ | ଏତିକିବେଳେ କାରଖାନାରେ ଲାଗିଥିବା ଏକ ରୋବଟ ନିୟନ୍ତ୍ରଣ ହରାଇଦେଇଥିଲା | ନିୟନ୍ତ୍ରଣ ହରାଇ ରୋବଟର ହାତ ସେହି କର୍ମଚାରୀଙ୍କ ଉପରେ ପଡିଯାଇଥିଲା | ରୋବଟର ହାତ କର୍ମଚାରୀଙ୍କ ଉପରେ ପଡିଯିବାରୁ ରୋବଟର ହାତରେ ଲାଗିଥିବା ଷ୍ଟିଲ ରଡ କର୍ମଚାରୀଙ୍କ ହାତ ଓ ଛାତିରେ ଭୁସି ହେଇଯାଇଥିଲା | ଘଟଣା ପରେ କର୍ମଚାରୀଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା |

ହସ୍ପିଟାଲର ଜଣେ ଡାକ୍ତରଙ୍କ କହିବାନୁଯାୟୀ, ଷ୍ଟିଲ ରଡ଼ ଲମ୍ବା ଏବଂ ଧାରୁଆ ଥିବାରୁ ଅପରେସନ ପୂର୍ବରୁ କର୍ମଚାରୀଙ୍କ ଏକ୍ସରେ କରିବା ସମ୍ଭବପର ନଥିଲା | ତାଙ୍କ ଅବସ୍ଥା ବହୁତ ଗୁରୁତର ଥିବା ଡାକ୍ତର କହିଥିଲେ | କର୍ମଚାରୀଙ୍କ ଛାତିରେ ପଶିଥିବା ରଡ଼ ଶରୀରର ମୁଖ୍ୟ ରକ୍ତ ସଂଚାର ଧମନୀରେ ବାଜିଥିଲା | ଏହି ଅପରେସନ ବିପଦପୂର୍ଣ୍ଣ ଥିଲା | ଏତେଗୁଡାଏ ରଡ଼ ପଶିଥିବା ଯୋଗୁଁ କର୍ମଚାରୀ ଠିକ ଭାବେ ଅପରେସନ ବେଡ଼ରେ ଶୋଇ ମଧ୍ୟ ପାରୁନଥିଲେ | ବିଭିନ୍ନ ବିଭାଗର ଡାକ୍ତର ମିଶି କର୍ମଚାରୀଙ୍କ ଅପରେସନ କରିଥିଲେ |

ଏହା ପୂର୍ବରୁ ମଧ୍ୟ ରୋବଟ ଯୋଗୁଁ ବିପଦରେ ପଡିଥିବା ଲୋକଙ୍କ କଥା ସାମ୍ନାକୁ ଆସିଛି | ଅଚାନକ ରୋବଟରେ କୌଣସି ଯାନ୍ତ୍ରୀକ ତ୍ରୁଟି  ଯୋଗୁଁ ଲୋକେ ବିପଦର ସମ୍ମୁଖୀନ ହୋଇଥାନ୍ତି | ଏମିତି ମଧ୍ୟ କେତେକେ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ରୋବଟ ନିୟନ୍ତ୍ରଣ ହରାଇ ନିଜ ମାଲିକର ଜୀବନ ମଧ୍ୟ ନେଇଯାଇଛି | ରୋବଟ ଆକ୍ରମଣ ଘଟଣା ସର୍ବ ପ୍ରଥମେ ଭାରତରେ ହିଁ ହୋଇଥିଲା | ବହୁ ବର୍ଷ ପୂର୍ବରୁ ଗୁଡଗାଓଁର ଏକ ଗାଡି ତିଆରି କମ୍ପାନୀରେ ଲାଗିଥିବା ରୋବଟ କମ୍ପାନୀର ଜଣେ କର୍ମଚାରୀଙ୍କ ଜୀବନ ନେଇଯାଇଥିଲା | ସେହି ଘଟଣାକୁ ରୋବୋଟିକ ଦୁନିଆର ପ୍ରଥମ ଦୁର୍ଘଟଣା ବୋଲି କୁହାଯାଇଛି | ଯେଉଁଥିପାଇଁ ରୋବଟକୁ ସାଧାରଣ ମଣିଷର ମାନ୍ୟତା ଦିଆଯାଉନାହିଁ |

   Related Posts