Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

୧୧ଲକ୍ଷ ଲୁଟିନେଲେ, କାର୍ ଭିତରେ ବ୍ୟବସାୟୀଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

8/10/2020 at 8:44 AM

ହିସାର ୦୮।୧୦: ପ୍ରଥମେ ଲୁଟିଲେ, ତାପରେ ଜିଅନ୍ତା ପୋଡିଦେଲେ । ଜଣେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଲୁଟିନେଇଛନ୍ତି । ହରିୟାଣାରେ ଘଟିଛି ଏଭଲି ଅମାନୁଷିକ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ରାଜ୍ୟରେ ଏପରି ଘଟଣାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଜଙ୍ଗଲରାଜ ଚାଲିଛି ବୋଲି କଂଗ୍ରେସ କରିଛି ।

ସୂଚନା ଅନୁସାରେ, ଝାନ୍ସୀ ଭାଟଳା-ଦାତା ରୋଡ଼ ସ୍ଥିତ ଗାଁର ନିବାସୀ ରାମ ମେହର (୩୫) ଜଣେ ବ୍ୟବସାୟୀ । ତାଙ୍କର କପ-ପ୍ଲେଟ୍‌ ପ୍ରସ୍ତୁତ କରୁଥିବା କାରଖାନା ରହିଛି । କୌଣସି କାମ ଲାଗି ସେ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଘରକୁ ଆସୁଥିଲେ । ନିଜ କାର୍‌ ଯୋଗେ ଘରକୁ ଆସୁଥିବା ସମୟରେ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ଲୁଟେରା ମାନେ ମେହେରଙ୍କ ନିକଟରେ ଥିବା ୧୧ଲକ୍ଷ ଟଙ୍କା ଲୁଟିବା ସହ  ତାଙ୍କୁ ଜୀଅନ୍ତା କାର୍‌ ଭିତରେ ପୋଡିଦେଇଛନ୍ତି ।

ଏହି ଲୋମଟାଙ୍କୁରା ଘଟଣାର ଖବର ପୋଲିସ ପାଇ ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ କାର୍‌ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ରହିଛି । ଯାହାକି ପୁରା ପୋଡିଯାଇଛି  । ପୋଲିସ କାର୍‌ର ନମ୍ବର ପ୍ଲେଟ୍‌ରୁ ମୃତକଙ୍କ ପରିଚୟ ଓ ଠିକଣା ପାଇଥିଲା । ତୁରନ୍ତ ପରିବାର ଲୋକଙ୍କୁ ଘଟଣାସମ୍ପର୍କରେ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ମୃତ୍ୟୁ ପୂର୍ବରୁ ମେହେର ଏକ ଅଡିଓ କ୍ଲିପ୍‌ ନିଜ ସମ୍ପର୍କୀୟଙ୍କ ନିକଟକୁ ପଠାଇଛନ୍ତି ।

   Related Posts