ପୁଣି ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ : ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ ୯।୧: ପୂର୍ବ ଦିଲ୍ଲୀ ପତପରଗଞ୍ଜ ଶିଳ୍ପାଞ୍ଚଳର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ଦମକଳବାହିନୀର ୩୦ଟି ଗାଡି ନିୟୋଜିତ ହୋଇଛି । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଫ୍ୟାକ୍ଟ୍ରିରେ ପ୍ରିଟିଙ୍ଗ୍ କାମ କରାଯାଉଥିବା ଜଣାପଡିଛି ।

wp:html /wp:html

ପତପରଗଞ୍ଜ ଶିଳ୍ପାଞ୍ଚଳ ପୂର୍ବ ଦିଲ୍ଲୀର ସବୁଠୁ ବୃହତ୍ତ ଶିଳ୍ପାଞ୍ଚଳ । ଆନନ୍ଦ ବିହାର ପାର୍ଶ୍ବବର୍ତ୍ତି ଏହି ଅଞ୍ଚଳରେ ବହୁ ଶିଳ୍ପାଞ୍ଚଳ ୟୁଟିନ ରହିଛି । ଏହି ସବୁ ଛୋଟ ବଡ ଫ୍ୟାକ୍ଟ୍ରିରେ ରାତି ଦିନ କାମ କରାଯାଏ । ତେବେ ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ଯାଞ୍ଚ କରୁଛି । ଦମକଳ ବାହିନୀ ମଧ୍ୟ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ପୂର୍ବରୁ ଦିଲ୍ଲୀର ପୀରାଗଡି ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ, ସଙ୍ଗେ ସଙ୍ଗେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ମଧ୍ୟ ହୋଇଥିଲା । ନିଆଁକୁ ଆୟତ୍ତ କରିବା ସମୟରେ ଦମକଳବାହିନୀର ୧୪ କର୍ମଚାରୀଙ୍କ ସମେତ ୧୮ଜଣ ଆହତ ହୋଇଥିଲେ । ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.