Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଥରକରେ ମହିଳା ୧୭ ସନ୍ତାନ ଜନ୍ମ ଦେବା ଘଟଣା ପଛରେ ଜାଣନ୍ତୁ କ’ଣ ରହିଛି ରହସ୍ୟ

29/06/2019 at 4:18 PM

ଆଜିକାଲି ସୋସାଲ ମିଡିଆରେ ଜନୈକ ମହିଳା ୧୭ଟି ସୁସ୍ଥ ସନ୍ତାନଙ୍କୁ ଜନ୍ମଦେଇଥିବା ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏଥିରେ ମହିଳା ଗର୍ଭବତୀ ଥିବା ସମୟର ଏକ ଫଟୋ ସମେତ ଛୋଟଛୋଟ ୧୭ଟି ଶିଶୁଙ୍କ ଓ ଜଣେ ପୁରୁଷଙ୍କୁ ଦେଖାଯାଉଛି। ଯେଉଁଥିରେ ଥରକରେ ଏତେ ସଂଖ୍ୟକ ଶିଶୁଙ୍କୁ ଜନ୍ମ ଦେବାରେ ମହିଳା ରେକର୍ଡ କରିଥିବା କୁହାଯାଉଛି। ହେଲେ ଏହା ଏକ ମିଥ୍ୟାଖବର ବୋଲି ଜଣାପଡିଛି। ବିଶ୍ୱର କୌଣସି ଠାରେ କେହି ମହିଳା ଗୋଟିଏ ଥରରେ ଏତେ ସଂଖ୍ୟକ ଶିଶୁଙ୍କୁ ଜନ୍ନ ଦେଇଥିବା ନେଇ ପ୍ରମାଣ ମିଳି ନଥିବା ବେଳେ,  ଶିଶୁଙ୍କ ସହ ପୁରୁଷଙ୍କ ଫଟୋଟି ଏକ ମ୍ୟାଗଜିନର ଫଟୋସୁଟ୍ ବୋଲି ଜଣାପଡିଛି।

ଫଟୋଟି ଯେଉଁମହିଳାଙ୍କର ବୋଲି ଦାବି କରାଯାଉଛି ତାଙ୍କ ନାମ କ୍ୟାଥେରାଇନ୍ ବ୍ରିଜ୍ ବୋଲି ଉଲ୍ଲେଖ କରାଯାଇଛି। ତେବେ ସୋସାଲ ମିଡିଆରେ ଯିଏ ଏହାକୁ ଅପଲୋଡ କରିଛନ୍ତି ସେ ଏହି ଫଟୋଟିକୁ ଡେଭିଆଣ୍ଟ ଆର୍ଟ ଡଟ୍ କମରୁ ଆଣି ଏଡିଟ କରି ପ୍ରସ୍ତୁତ କରିଥିବା ବେଳେ ଶିଶୁଙ୍କ ସହ ପୁରୁଷଙ୍କ ଫଟୋଟିକୁ ହଫିଙ୍ଗଟନ ପୋଷ୍ଟରୁ ନିଆଯାଇଛି। ଦ୍ବିତୀୟ ଫଟୋଟି ଡାକ୍ତର ରବର୍ଟ ଲିଟରଙ୍କର  ହୋଇଥିବା ବେଳେ ସେ ଜଣେ ଗାଇନୋକଲଜିଷ୍ଟ ଅଛନ୍ତି। ସେ ଏକ ମ୍ୟାଗଜିନ ନିମନ୍ତେ  ଏହି ଫଟୋ ସୁଟ୍ କରିଥିଲେ।

ମହିଳା ଏକକାଳୀନ ସନ୍ତାନ ପ୍ରସବରେ ବିଶ୍ୱ ରେକର୍ଡ କରିଥିବା ନେଇ ଗିନିଜ ବୁକ୍ ଅଫୱାର୍ଲଡ ରେକର୍ଡସରେ ଖୋଜିବାବେଳେ ଆମେରିକାର ନାଦିଆ ସୁଲେମାନଙ୍କ ନାମରେ ଏହି ରେକର୍ଡ ଥିବା ଜଣାପଡିଛି। ନାଦିଆ ଥରକରେ ୮ଟି ସନ୍ତାନଙ୍କୁ  ପ୍ରସବ କରିଥିବାର ରେକର୍ଡ ରହିଛି। ଏଣୁ ଏହା ଏକ ମିଥ୍ୟା ଭାଇରାଲ ଖବର ଓ ଏହାର କୌଣସି ଯଥାର୍ଥତା ନଥିବା ଏବେ ସ୍ପଷ୍ଟ ହୋଇଯାଇଛି। 

   Related Posts