Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ମହାକାଲ ବାବାଙ୍କ ଭସ୍ମ ଆଳତୀ : ସ୍ମଶାନର ପ୍ରଥମ ଚିତା ଭସ୍ମରେ ହୁଏ ଶିବଙ୍କ ଶୃଙ୍ଗାର, ପୁରୁଷ ଓ ମହିଳାଙ୍କ ପାଇଁ ରହିଛି ଅଲଗା ଅଲଗା ନିୟମ

1/06/2020 at 11:26 AM

ଉଜ୍ଜେନ ୨୬/୦୫ : ଭଗବାନ ଶିବ ଯେତିକି ସରଳ ସେତିକି ରହସ୍ୟମୟୀ ମଧ୍ୟ | ଶିବଙ୍କ ରହଣି, ଖାଦ୍ୟ-ପେୟ, ବେଶଭୂଷା ଅନ୍ୟ ଦେବତାଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ | ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀ ବିଭିନ୍ନ ବସ୍ତ୍ର ଆଭୂଷଣ ଧାରଣ କରୁଥିବାବେଳେ ଶିବ କେବଳ ହରିଣ ଛାଲ ଓ ଭସ୍ମ ଧାରଣ କରିଥାନ୍ତି | ଏହାର ସାକ୍ଷୀ ହେଲା ମଧ୍ୟ ପ୍ରଦେଶ ଉଜେଜେନରେ ଥିବା ମହାକାଲେଶ୍ଵର ମନ୍ଦିର | ଭାରତରେ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଉଜେଜେନରେ ମହାକାଲେଶ୍ୱର ରୂପରେ ବିରାଜମାନ | ଏଠାରେ ଶିବ ଭଗବାନ ଅନେକ ରୂପରେ ପୂଜା ପାଇଥାନ୍ତି | କିନ୍ତୁ ଏଠାରେ ଶିବଙ୍କ ଅଘୋରୀ ରୂପକୁ ସବୁଠାରୁ ଅଧିକ ମହତ୍ୱ ଦିଆଯାଇଥାଏ | ଯେପରୁ ସାଧୁ ସନ୍ଥ ତଥା ଅଘୋରୀ ନିଜ ଶରୀରରେ ଭସ୍ମ ବୋଳି ହୋଇଥାନ୍ତି, ସେହିପରି ଏଠାରେ ଶିବଲିଙ୍ଗରେ ତାଜା ଭସ୍ମ ଆଳତି କରାଯାଏ | ଜାଣନ୍ତୁ ଶିବଙ୍କ ଏହି ଅଲୌକିକ ଆଳତୀ ରହସ୍ୟ ସମ୍ପର୍କରେ…

ଭଗବାନ ଶିବଙ୍କ ଭସ୍ମ ଆଳତି ଭିନ୍ନ ଢଙ୍ଗରେ କରାଯାଇଥାଏ | ମହାକାଲେଶ୍ଵର ମନ୍ଦିରରେ ଶିବଙ୍କ ଆଳତୀ ଦିନକୁ ୫ଥର ହୋଇଥାଏ | ଏଠାରେ ବାବାଙ୍କ ଦର୍ଶନ ପାଇଁ ସବୁବେଳେ ଭକ୍ତଙ୍କ ଭିଡ ଲାଗି ରହିଥାଏ | କିନ୍ତୁ ଭୋର ୪ଟା ରେ ଭସ୍ମ ଆଳତୀ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ |

ଭୋର ୪ଟା ରେ ଶିବଙ୍କ ଭସ୍ମ ଆଳତି ହୋଇଥାଏ | ଏହି ଆଳତୀ ତାଜା ଚିତା ପାଉଁଶରେ କରାଯାଇଥାଏ | ଆଳତୀ ସମୟରେ କିଛି ନିୟମ ରହିଛି ଯାହା ସମସ୍ତଙ୍କୁ ପାଳନ କରିବାକୁ ପଡିଥାଏ | ଭସ୍ମ ଆଳତୀ ଦର୍ଶନ କରିବା ପାଇଁ ପୁରୁଷଙ୍କୁ କିଛି ଖାସ ନିୟମ ପାଳନ କରିବାକୁ ହୋଇଥାଏ | ଆଳତୀ ଦେଖିବା ପାଇଁ ପୁରୁଷମାନଙ୍କୁ କେବଳ ଧୋତି ପିନ୍ଧିବାକୁ ପଡିଥାଏ | ଧୋତି ସଫା, ସ୍ୱଚ୍ଛ ଏବଂ ସୁତି ହୋଇଥିବା ଆବଶ୍ୟକ | ଶ୍ରଦ୍ଧାଳୁ ଆଳତୀ କେବଳ ଦେଖିପାରିବେ କିନ୍ତୁ କରି ପାରିବେ ନାହିଁ | ଆଳତୀ କେବଳ ମନ୍ଦିର ପୂଜାରୀ ହିଁ କରନ୍ତି | ଭୋର ୪ଟା ସମୟର ଭସ୍ମ ଆଳତୀ ପାଇଁ ମହିଳାଙ୍କ ପାଇଁ ମଧ୍ୟ କିଛି ଖାସ ନିୟମ ରହିଛି | ଆଳତୀରେ ସାମିଲ ହେବା ପାଇଁ ମହିଳାଙ୍କୁ ଶାଢ଼ୀ ପିନ୍ଧିବାକୁ ପଡିଥାଏ | ଯେତେବେଳେ ଶିବଲିଙ୍ଗରେ ଭସ୍ମ ଚଢା ଯାଇଥାଏ ସେତେବେଳେ ମହିଳାମାନଙ୍କୁ ଓଢଣା ଦେବାକୁ ପଡିଥାଏ | ବିଶ୍ୱାସ ରହିଛି ଯେ ସେତେବେଳେ ଭଗବାନ ଶିବ ନିରାକାର ରୂପରେ ଥାଆନ୍ତି | ମହିଳାମାନଙ୍କୁ ଶିବଙ୍କ ଏହି ରୂପ ଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ |

ମହାକାଲ ବାବାଙ୍କ ଭସ୍ମ ଆଳତୀ ବାବାଙ୍କ ସ୍ମଶାନରେ ଜଳିଥିବା ପ୍ରଥମ ଚିତାର ଭସ୍ମରେ ଶୃଙ୍ଗାର କରାଯାଏ | ବାବା ମହାକାଲଙ୍କ ଭସ୍ମ ଆଳତୀ ପାଇଁ ଲୋକେ ପୂର୍ବରୁ ରେଜିଷ୍ଟ୍ରେସନ ମଧ୍ୟ କରିଥାନ୍ତି | ମୃତ୍ୟୁ ପରେ ସେମାନଙ୍କ ଭସ୍ମରେ ବାବାଙ୍କ ଶୃଙ୍ଗାର ପାଇଁ ଲୋକେ ପୂର୍ବରୁ ରେଜିଷ୍ଟ୍ରେସନ କରିଥାନ୍ତି | ଭସ୍ମ ଆଳତୀରେ ଦର୍ଶନ ପାଇଁ ମଧ୍ୟ ରେଜିଷ୍ଟ୍ରେସନ କରାଯାଇଥାଏ | କିନ୍ତୁ ବର୍ତ୍ତମାନ କୌଣସି କାରଣବଶତଃ ଚିତା ଭସ୍ମରେ ଆଳତୀ କରାଯାଉନାହିଁ | ଏହି ଆଳତୀ କେବଳ ମନ୍ଦିର ପୂଜାରୀ ହିଁ କରନ୍ତି | ମନ୍ଦିର କକ୍ଷ ଭିତରେ ଲାଗିଥିବା କ୍ୟାମେରାରେ ଆଳତୀ ରେକଡିଂ ହୋଇଥାଏ |

  

କେବେଠାରୁ ଆରମ୍ଭ ହୋଇଥିଲା ଭଗବାନ ଶିବଙ୍କ ଭସ୍ମ ଆଳତି :

ପୌରାଣିକ କଥା ଅନୁଯାୟୀ, ପ୍ରାଚୀନକାଳରେ ଦୂଷଣ ନାମକ ଏକ ରାକ୍ଷସ ଯୋଗୁଁ ସମଗ୍ର ଉଜେଜେନରେ ହାହାକାର ଖେଳି ଯାଇଥିଲା | ନଗରବାସୀଙ୍କୁ ରାକ୍ଷସ କବଳରୁ ରକ୍ଷା କରିବା ପାଇଁ ଶିବ ଦୂଷଣର ବଧ କରିଥିଲେ | ରାକ୍ଷସର ବଧ ପରେ ନଗରବାସୀ ଶିବଙ୍କୁ ସେଠାରେ ବାସ କରିବାକୁ ଅନୁରୋଧ କରିଥିଲେ | ସେହିଦିନ ଠାରୁ ଶିବ ସେଠାରେ ମହାକାଲ ରୂପରେ ପୂଜା ପାଉଛନ୍ତି | ଶିବ ଦୂଷଣକୁ ବଧ କରିବା ପରେ ତାକୁ ଭସ୍ମ କରିଥିଲେ ଏବଂ ସେହି ଭସ୍ମକୁ ନିଜ ଶରୀରରେ ବୋଳି ଶୃଙ୍ଗାର କରିଥିଲେ | ସେଥିପାଇଁ ଏହି ମନ୍ଦିରର ନାଁ ମହାକାଲେଶ୍ଵର ରଖାଯାଇଥିଲା ଏବଂ ଶିବଙ୍କୁ ସେହିଦିନ ଠାରୁ ଭସ୍ମ ଆଳତି କରାଯାଉଛି |

କିଭଳି ପ୍ରସ୍ତୁତ କରାଯାଏ ଭସ୍ମ :

ଆଳତୀ ପାଇଁ ଭସ୍ମ ସମ୍ପୂର୍ଣ୍ଣ ବିଧି ବିଧାନ ସହ ପ୍ରସ୍ତୁତ କରାଯାଇଥାଏ | କପିଳା ଗାଈର ଗୋବର, ଅଶ୍ୱସ୍ଥ, ପଳାସ, ବର କଥା, ଶମିକୁ ମିଶାଇ ଏକସଙ୍ଗେ ଜଳାଇ ଦିଆଯାଏ | ଜଳାଇବା ସମୟରେ ପୂଜାରୀ ମନ୍ତ୍ର ଉଚ୍ଚାରଣ କରନ୍ତି | ଏହା ସମ୍ପୂର୍ଣ୍ଣ ଜାଳି ସାରିବା ପରେ ଏହି ଭସ୍ମକୁ କପଡାରେ ଛାଣି ଦିଆଯାଏ | ଏହାପରେ ଏହି ଭସ୍ମକୁ ମହାକାଲଙ୍କ ଉପରେ ଅର୍ପଣ କରାଯାଇଥାଏ | ଏହି ମନ୍ଦିରରେ ସ୍ମଶାନରେ ଜଳିଥିବା ପ୍ରଥମ ଚିତା ଭସ୍ମରେ ମଧ୍ୟ ଶିବଙ୍କ ଶୃଙ୍ଗାର କରାଯାଇଥାଏ | ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ଯଦି କୌଣସି ବ୍ୟକ୍ତିଙ୍କ ଚିତା ଭସ୍ମରେ ମହାଦେବଙ୍କ ଶୃଙ୍ଗାର କରାଯାଏ ତାହେଲେ ସେହି ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ | 

   Related Posts