ଦେଶର ସମସ୍ତ ଛାତ୍ର-ଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଲା ‘ଡିଜିଟାଲ ଲାଇବ୍ରେରୀ’, ଜାଣନ୍ତୁ ବିଦ୍ୟାର୍ଥୀଙ୍କ ପାଇଁ କ'ଣ ରହିଛି ସୁବିଧା ?

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୦୬।୦୬: ଦେଶର ସମସ୍ତ ଛାତ୍ରଙ୍କ ପାଇଁ ଗୋଟିଏ ଲାଇବ୍ରେରୀ ପ୍ରସ୍ତୁତ କରାଯାଇଛି। ଏହି ଲାଇବ୍ରେରୀର ବିଶେଷତ୍ଵ, ଏଥିରେ ପ୍ରାଥମିକ ଶିକ୍ଷାଠୁ ନେଇ ଆଇନ୍, ମେଡିକାଲ ଓ ଇଞ୍ଜିନିୟରିଂ ପରି ବିଷୟ ସାମିଲ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା ପ୍ରସ୍ତୁତ ‘ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ’ରେ ସାଢେ ଚାରି କୋଟିରୁ ଅଧିକ ପାଠ୍ୟ ସମ୍ବଳ ଉପଲବ୍ଧ ରହିଛି।

କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ  ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ନ୍ୟାସନାଡ ଡିଜିଟାଲ ଲାଇବ୍ରେରୀ ବିଷୟରେ ସୂଚନା ଦେଇ କହିଛନ୍ତି, ଏହି ଲାଇବ୍ରେରୀ ଦୁନିଆର ଛାତ୍ରଙ୍କ ପାଇଁ। ଏହି ଡିଜିଟାଲ ପୋର୍ଟାଲ୍‌ରେ ପ୍ରାଥମିକ ଶିକ୍ଷାଠୁ ନେଇ ପୋଷ୍ଟ ଗ୍ରାଜୁଏଟ ସ୍ତର ପର୍ଯ୍ୟନ୍ତ ସବୁ ବିଷୟ ଉପଲବ୍ଧ ରହିଛି। ଏଥିରେ ସାମାଜିକ ବିଜ୍ଞାନ, ଲିଟ୍ରେଚର, ଆଇନ, ମେଡିକାଲ ଆଦି ସବୁ ବିଷୟ ରହିଛି।

କେନ୍ଦ୍ର ମନ୍ତ୍ରୀ ନିଶଙ୍କ ଏହା ଉପରେ ଅଧିକ ସୂଚନା ଦେଇ କହିଛନ୍ତି ‘ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ’ରେ ଉପଲବ୍ଧ କରାଯାଇଥିବା ତଥ୍ୟ ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ରହିଛି। ସମସ୍ତ ଶ୍ରେଣୀ ଏବଂ ବର୍ଗର ଛାତ୍ରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀରେ ଏ ପର୍ଯ୍ୟନ୍ତ ୪ କୋଟି ୬୦ ଲକ୍ଷ ପାଠ୍ୟକ୍ରମ ଡିଜିଟାଇଜେସନ ଜରିଆରେ ଉପଲବ୍ଧ କରାଯାଇଛି।

ଏହି ଡିଜିଟାଲ ଲାଇବ୍ରେରୀର ସବୁଠୁ ବଡ ବିଶେଷତ୍ଵ ଏହା ଯେ, ଏଥିରେ ପାଠ୍ୟ ସାମଗ୍ରୀର ବିବିଧତା ରହିଛି। ପ୍ରତ୍ୟେକ ରାଜ୍ୟର ଛାତ୍ର ନିଜ ଭାଷାରେ ପୁସ୍ତକ ପଢିପାରିବେ। ପିଏଚଡି ଓ ଏମଫିଲ୍‌ ଏବଂ ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ର ଲକ୍‌ଡାଉନ୍‌ କାରଣରୁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ତେଣୁ ଏମିତି ସ୍ଥିତିରେ ଏବେ ସେମାନଙ୍କୁ ହଜାର ସଂଖ୍ୟାରେ ଜର୍ଣ୍ଣାଲ ଓ ଲକ୍ଷାଧିକ ପୁସ୍ତକ ଅନଲାଇନ୍‌ରେ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.